ନାବାଳିକା ଗଣଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡାଦେଶ

0 2

ବାରିପଦା/ଦିଲ୍ଲୀପ ମହାନ୍ତି – ମୟୂରଭଞ୍ଜ ସ୍ୱତନ୍ତ୍ର ପୋକ୍ସ କୋର୍ଟର ଜଜ ପ୍ରତିମା ପାତ୍ର ସୋମବାର ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ୨ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୬୦ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ବର୍ଷ ୬ମାସର କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଆସାମୀ ଦ୍ୱୟ ହେଲେ ଉଦଳା ଥାନା ଅନ୍ତର୍ଗତ ଛଦଦା ଗ୍ରାମର ସମୟ ମୁର୍ମୁ(୩୩) ଓ ମଟୁ ମୁର୍ମୁ (୩୩)। ପୀଡିତାକୁ ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସହାୟତା ବିଭାଗଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଜୈନିକା ନାବାଳିକା ଜଣକ ଘର ପାଖକୁ ପରିସ୍ରା କରିବାକୁ ଯାଇଥିଲେ। ଉକ୍ତ ସମୟରେ ତାଙ୍କୁ ଏକୁଟିଆ ପାଇ ଦୁଇ ଜଣ ଆସାମୀ ନିକଟସ୍ଥ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଉଭୟ ଦୁଷ୍କର୍ମ କରିଥିଲେ। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଘଟଣା ବାବଦରେ ପରିବାର ଲୋକେ ଜାଣିବା ପରେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ଥାନାରେ ଏକ ମାମଲା ରୁଜୁ କରି ପିଡିତା ନାବାଳିକାର ବୟାନ ରେକର୍ଡ କରିଥିଲା। ଏଥି ସହିତ ପୁଲିସ ମାମଲା ରୁଜୁ କରି ଫେରାର ଆସାମୀ ଦ୍ୱୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ସମୟରେ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ପୁଲିସ ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ଉକ୍ତ ମାମଲାକୁ ପୋକସୋ କୋର୍ଟର ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।

Leave A Reply

Your email address will not be published.