ଆଳିରେ ପୋଲିସ ବିଭାଗର ସାମୁହିକ ରକ୍ତଦାନ ଶିବିର ଅନୁଷ୍ଠିତ ।

0 2

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ପ୍ରାଙ୍ଗଣରେ ଆଜି ଏକ ବିଶେଷ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଆଳି ଆଇ.ଆଇ.ସି. ଙ୍କ ନେତୃତ୍ୱରେ ସମସ୍ତ ପୋଲିସ ଷ୍ଟାଫ ସହଭାଗୀ ହୋଇ ସ୍ୱଇଚ୍ଛାରେ ରକ୍ତ ଦାନ କରିଥିଲେ।ଏହି ଅବସରରେ ଆଇ.ଆଇ.ସି. କହିଥିଲେ, “ରକ୍ତଦାନ ମହାଦାନ, ଏହାଠାରୁ ବଡ଼ ସେବା କିଛି ନାହିଁ। ପୋଲିସ ବିଭାଗ କେବଳ ଆଇନ-ଶୃଙ୍ଖଳା ପାଳନରେ ନୁହେଁ, ସମାଜସେବାରେ ମଧ୍ୟ ସଦାଗତିଶୀଳ।”ସେହିପରି, ଏହି ଶିବିରରେ ଅନେକ ସ୍ଥାନୀୟ ସାମାଜିକ କର୍ମୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ରକ୍ତଦାନ ପାଇଁ ପୋଲିସ କର୍ମଚାରୀମାନଙ୍କ ଉତ୍ସାହ ସମାଜରେ ଏକ ସକାରାତ୍ମକ ବାର୍ତ୍ତା ପ୍ରେରଣ କରିଛି।ସମାଜରେ ଯେତେବେଳେ ଜଣେ ରୋଗୀଙ୍କ ପାଇଁ ଜୀବନଦାୟୀ ରକ୍ତ ଆବଶ୍ୟକ ହୋଇଥାଏ, ସେଥିରେ ଏପରି ରକ୍ତଦାନ ଶିବିର ବଡ଼ ସାହାଯ୍ୟକାରୀ ହୋଇଥାଏ।
ସେଷରେ, ଆଇ.ଆଇ.ସି. ସମସ୍ତଙ୍କୁ ନିୟମିତ ଭାବେ ରକ୍ତଦାନରେ ଅଗ୍ରଗାମୀ ହେବାକୁ ଆହ୍ୱାନ କରିଥିଲେ।

Leave A Reply

Your email address will not be published.