ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

0 2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତୃଣମୂଳ ସ୍ତରରୁ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହୀ କରିବା ନିମନ୍ତେ ଚଳିତ ବର୍ଷ ବ୍ଳକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପୂର୍ବରୁ ଅନୁଷ୍ଠିତ ହେବ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା I ଏହି ପ୍ରରିପ୍ରେକ୍ଷୀରେ ଆସନ୍ତା ତିରିଶି ତାରିଖରେ ବେଲଗୁଣ୍ଠା ବ୍ଳକ୍ ର କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ, ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ଏବଂ ସେପ୍ଟେମ୍ବର ଏକ ତାରିଖରେ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ଏବଂ ବିଏଲ୍ଏସ୍ ପୁର ଉଚ୍ଚ ବିଦ୍ୟାଳୟରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ I ଏନେଇ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଅଧିକାରିଣୀ ଲୋପାମୁଦ୍ରା ରଥଙ୍କ ଅଧ୍ୟକ୍ଷତାରେ ଶୃଙ୍ଖଳିତ କ୍ରୀଡ଼ା ପ୍ରତିଯୋଗିତା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ବେଲଗୁଣ୍ଠା ବ୍ଲକ୍ କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ୱାଇଁ, କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁ, ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ମନୋଜ କୁମାର ଘଡ଼େଇ, ଆର୍ଯ୍ୟକନ୍ୟା ଗୁରୁକୂଳ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ ଏବଂ ବିଏଲ୍ଏସ୍ ପୁର ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୁବେର ମେହେରଙ୍କ ସମେତ ବ୍ଲକ୍ ର ସମସ୍ତ କ୍ରୀଡ଼ା ଶିକ୍ଷକ ଉପସ୍ଥିତ ଥିଲେ I ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରତ୍ୟେକ ବିଦ୍ୟାଳୟରୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ଏବଂ ଉଚ୍ଚକୋଟୀର ଶ୍ରୁଙ୍ଖଳିତ କ୍ରୀଡ଼ା ପ୍ରଦର୍ଶନ ଉପରେ ବିଇଓ ଶ୍ରୀମତୀ ରଥ ଗୁରୁତ୍ୱାରୋପ କରିଥିଲେ I ଜୋନ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରୁ କିପରି ସର୍ବୋତ୍କୃଷ୍ଟ କ୍ରୀଡା ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ସେନେଇ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା I

Leave A Reply

Your email address will not be published.