ବାଣପୁର:(ସେକ କୌସର):କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଉଠିଛନ୍ତି ଗୋ ମାଫିଆ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଏକ ଗୋରୁ ବୋଝେଇ ପିକ ଅପ ଭ୍ୟାନକୁ ବଜରଙ୍ଗ ଦଳ ଅଟକାଇ ପୋଲିସକୁ ସୂଚନା ଦେଇଛି। ଫଳରେ ଉକ୍ତ ଭ୍ୟାନରୁ ୨୩ ଗୋଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏ ନେଇ ଟାଙ୍ଗୀ ପ୍ରଖଣ୍ଡ ବଜରଙ୍ଗ ଦଳ ସଦସ୍ୟ ରଞ୍ଜନ ବଡ଼ଜେନା ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ମୁତାବକ ଗତକାଲି ରାତିରେ ଖୋର୍ଦ୍ଧାରୁ ବାଲୁଗାଁ ଅଭିମୁଖେ ଯାଉଥିବା ଓଡି-୨୫-ଏମ -୧୧୩୮ ନମ୍ବର ବିଶିଷ୍ଟ ଏକ ପିକ ଅପ ଗାଡ଼ିରେ ଗୋ ଚାଲାଣ ହେବା ସୂଚନା ପାଇ ସୋଲରି ଜାତୀୟ ରାଜପଥ ନିକଟରେ ବଜରଙ୍ଗ ଦଳ କର୍ମକର୍ତ୍ତା ଉକ୍ତ ଗାଡିକୁ ଅଟକାଇବା ପାଈଁ ଚେଷ୍ଟା କରିଥିଲେ। ତେବେ ଗାଡି ନ ଅଟକି ୟୁ ଟର୍ନ ନେଇ ପୁନଶ୍ଚ ଖୋର୍ଦ୍ଧା ଅଭିମୁଖେ ଦୃତ ଗତିରେ ପଳାଇଥିଲା। ବଜରଙ୍ଗ ଦକ କର୍ମକର୍ତ୍ତାପୁନଶ୍ଚ ଉକ୍ତ ଗାଡିକୁ ପିଛା କରିବାରୁ ଗାଡିଟି ସୁନାଖଳା ରୁ ଗମ୍ଭାରୀମୁଣ୍ଡା ରାସ୍ତା ଦେଇ ବାଣପୁର ବଡହନ୍ତୁଆଡ଼ ମୁସଲିମ ସାହି ନିକଟରେ ଗାଡିକୁ ଛାଡି ଚାଳକ ଓ ସହଯୋଗୀ ଫେରାର ହୋଇଯାଇଥିଲେ।ବଜରଙ୍ଗ ଦଳ କର୍ମକର୍ତ୍ତା ଏ ନେଇ ତୁରନ୍ତ ବାଣପୁର ପୋଲିସକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଜବତ କରିବା ସହ ଉକ୍ତ ଗାଡ଼ିରୁ ୨୩ ଗୋଟି ଗୋରୁ ଉଦ୍ଧାର କରି ସୋଲରି ନିକଟସ୍ଥ ଗୋଶାଳାକୁ ହସ୍ତାନ୍ତର କରିଛି। ତେବେ ଉକ୍ତ ୨୩ ଗୋଟି ଗୋରୁ ମଧ୍ୟରୁ ୨ ଗୋଟି ବଳଦ ମରିଯାଇଥିବା ଅଭିଯୋଗକାରି ଏତଲାରେ ଉଲ୍ଲେଖ କରିଛନ୍ତି। ଏ ନେଇ ବାଣପୁର ପୋଲିସ କେସ ନମ୍ବର ୩୧୦/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
Sign in
Sign in
Recover your password.
A password will be e-mailed to you.