ପଚପଚ କାଦୁଅ ରାସ୍ତାରେ ପିଲେ ଯାଉଛନ୍ତି ସ୍କୁଲ।

0 1

 କେନ୍ଦୁଝର,ତା୨୩/୮- ମଧୁବାବୁ ପିଲାବେଳେ ସ୍କୁଲ ଯାଉଯାଉ କାଦୁଅରେ ଗୋଡ଼ ଖସିଯିବାରୁ ପଡ଼ି ଯାଇଥିବାର କଥା ଆମେ ପଢିଛୁ। ତେବେ ଏହି ଘଟଣା ଘଟିବାର ଦେଢ ଶହ ବର୍ଷ କେବେ ଠାରୁ ବିତି ସାରିଲାଣି ତଥାପି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ରାସ୍ତା ଅଛି ତାହା କେବଳ କାଦୁଅ ପଚପଚ ନୁହେଁ ବରଂ ମରଣଯନ୍ତା ବନିଛି। ଏହିରାସ୍ତାରେ ପିଲେ ବାଧ୍ୟ ହୋଇ ଚାଲି ଯାଉଛନ୍ତି ସ୍କୁଲ। ଏହିପରି ଖବର ମିଳିଛି ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ପଂଚାୟତର ବଡ଼ପଡିଆପଶି ଠାରୁ ରଥପଡ଼ା ଯାଏ ରାସ୍ତାରେ। ବର୍ଷା କାଦୁଅରେ ଏହି ରାସ୍ତା ଅବସ୍ଥା ସଂଗୀନ ତେବେ ବଡ଼ ଗାଡ଼ି ଯିବା ପରେ ଏହା ଚାଲିବାକୁ ଅନୁପଯୁକ୍ତ ହୋଇପଡିଛି। ଛୋଟ ଗାଡ଼ି ଏହାଉପରେ ସହଜରେ ଯାଇପାରୁନି ତେଣୁ ସ୍କୁଲ ପିଲେ କାଦୁଅରେ ପଶି ଚାଲି ଯିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟଥା ବୁଲି ବୁଲି ପାଞ୍ଚ କିଲୋମିଟର ଚାଲି ଗଲେ ସ୍କୁଲକୁ ଯାଇହେଉଛି। ଏହିକଥା ନେଇ ଗ୍ରାମବାସୀ ପଂଚାୟତ ଠାରୁ ବିଧାୟକ ଯାଏ କେତେ ଅଭିଯୋଗ କଲାପରେ ମଧ୍ୟ କିଛି ପ୍ରତିକାର ହେଉନି ବୋଲି ଗୁରୁତର ଅଭିଯୋଗ ଆସୁଛି। ତେଣୁ ଗ୍ରାମବାସୀ ବାଧ୍ୟ ହୋଇ ରାସ୍ତା ଉପରେ ପ୍ରତିବାଦ କରିଛନ୍ତି ସେମାନେ କଚ୍ଚା ରାସ୍ତା ବଦଳରେ ପିଚୁ କଂକ୍ରିଟ ରାସ୍ତା କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.