ସ୍କୁଲ ପିଲାଙ୍କୁ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ

0 1

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୩/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା କ୍ଲଷ୍ଟର ର ୧୬ ଗୋଟି ବିଦ୍ୟାଳୟ ରେ ଆଜି ପିଲାଙ୍କୁ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବାଲ ବାଟିକା ରୁ ପଞ୍ଚମ ଶ୍ରେଣୀ,ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଓ ନବମ ରୁ ଦଶମ ଶ୍ରେଣୀ ପିଲାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।ବ୍ଲକ ଶିକ୍ଷା ବିଭାଗ ତରଫରୁ ବିଇଓ ଙ୍କ ତତ୍ତ୍ଵାବଧାନରେ ଏବିଇଓ,ବିଦ୍ୟାଳୟ ପରିଚାଳନା କମିଟି,ଲୋକ ପ୍ରତିନିଧି, ସି ଆର ସି ସି ଓ ପ୍ରଧାନ ଶିକ୍ଷକ ମାନଙ୍କ ଉପସ୍ଥିତିରେ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।ଅତ୍ୟଧିକ ଗରମ ଯୋଗୁଁ ଶିକ୍ଷା ବିଭାଗ ତରଫରୁ ଗ୍ରୀଷ୍ମ ଅବକାଶ ପୂର୍ବରୁ ଆଗୁଆ ଛୁଟି ଘୋଷଣା କରାଯାଇଥିଲା। ଏପ୍ରିଲ ୨୩ ରୁ ମଇ ୫ ତାରିଖ ପର୍ଯ୍ୟନ୍ତ ପିଲା ମଧ୍ୟାହ୍ନ ଭୋଜନ ରୁ ବଞ୍ଚିତ ହୋଇଥିବା ବେଳେ ତାହାକୁ ଶିକ୍ଷା ବିଭାଗ ତରଫରୁ ବଣ୍ଟନ କରାଯାଇଛି। ଆଗକୁ ପିଲାଙ୍କ ରାସନ ବାବଡ ଖର୍ଚ୍ଚ ମଧ୍ୟ ପ୍ରଦାନ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତାମ ପ୍ରକାଶ କରିଛନ୍ତି। ସେହିପରି ବ୍ଲକ ର ବୋରିଗାଁ, ବଡ ଓଲମା, ଜୁନାପାଣି, କୋଇଲାରି, ଡାବୁଗାଁ, ଚଚରା ଗୁଡା ଓ ମେଦନା କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟରେ ପର୍ଯ୍ୟାୟକ୍ରମେ ପିଲାଙ୍କୁ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ନେଇ ବିଇଓ ସୂଚନା ଦେଇଛନ୍ତି।

Leave A Reply

Your email address will not be published.