ଅସ୍ତରଙ୍ଗ : ଅସ୍ତରଙ୍ଗର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ’ ସବୁଜ ଶାଖା ‘ ଓ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରିୟ ବିଶ୍ଵବିଦ୍ୟାଳୟ ଅସ୍ତରଙ୍ଗ ଶାଖା, ର ମିଳିତ ଆନୁକୁଲ୍ୟରେ ସବୁଜ ଶାଖା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି ଅତିଥି ଭାବେ ଯୋଗ ଦାନ କରି ଶିବିରକୁ ଉଦ୍ଘାଟନ କରିଥିଲେ।ଏହି ରକ୍ତଦାନ ଶିବିରରେ ସମୁଦାୟ ୮୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ସବୁଜ ଶାଖା ଉପଦେଷ୍ଟା ଦିବାକର ଛାଟୋଇ, ସମାଜସେବୀ ଦୁଷ୍ମନ୍ତ ପରିଡ଼ା,ସତ୍ୟବ୍ରତ ଲେଙ୍କା,ପିଙ୍କନ୍ ପରିଡ଼ା,ମଙ୍ଗରାଜ ଓଝା ଓ ରାଜ ଯୋଗିନୀ ଭଉଣୀ କୁନ୍ତଳା ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।ଏହି ଅବସରରେ ପ୍ରତ୍ୟେକ ରକ୍ତଦାତାଙ୍କୁ ରକ୍ତ ଦାନ ସ୍ରମ୍ପର୍କୀୟ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post