ଗଣଦୁଷ୍କର୍ମ ହତ୍ୟା ପରେ ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସ ଦେଉନି, ପରିବାର ନ୍ୟାୟ ପାଇବେ ତ ?

0 2

 କେନ୍ଦୁଝର,ତା୨୩/୮- କେନ୍ଦୁଝର ଜିଲ୍ଲାରେ ନାରୀଙ୍କ ପ୍ରତି ଅପରାଧ ବଢ଼ି ଚାଲିଛି। ଜୁନ ୧୬ ତାରିଖ ରାତିରେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ପଣ୍ଡାପଡ଼ା ଥାନା ତେନ୍ତଳାପଶି ଗ୍ରାମର ଏକ କଲେଜ ପଢୁଆ ନାବାଳିକା ଝିଅ ରାତିରୁ ନିଖୋଜ ଥିଲା। ହେଲେ ସକାଳେ ଝିଅର ଶବ ନିଜ ବାଡ଼ିରେ ଏକ ଛୋଟ ସଜନା ଗଛରେ ଠିଆ ହୋଇ ଝୁଲୁ ଥିବାର ଦେଖା ଯାଇଥିଲା। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ ତେବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ ପରେ କଂଗ୍ରେସ ଦଳର କଡ଼ା ଆଭିମୁଖ୍ୟ ଲାଗି ପୋଲିସ ବାଧ୍ୟ ହୋଇ ବହୁତ ଡେରିରେ ପାଖ ଗାଁର ଚାରିଜଣ ପିଲାଙ୍କୁ ଧରି କୋର୍ଟ ଫରୱାର୍ଡ଼ କରିଥିଲା। ତେବେ ଏବେ ହତ୍ୟା ଦୁଷ୍କର୍ମର ଶିକାର ହୋଇଥିବା ଝିଅର ପରିବାର ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି ଗାଁ ଗାଁ ଭିତରେ ଚାପା ଉତ୍ତେଜନା ଲାଗି ରହିଛି। ଝିଅ ହତ୍ୟା ପରେ ପରିବାରକୁ ପଣ୍ଡାପଡ଼ା ଥାନା ପକ୍ଷରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଦିଆ ଯାଇନଥିବାର ଗୁରୁତର ଅଭିଯୋଗ ଆସିଛି। ଝିଅର ଜଣେ ଭଉଣୀ କହିଛନ୍ତି ମୃତ ଦେହର ଗାଲ ଓ ଜଙ୍ଘରେ ଆଞ୍ଚୁଡ଼ା ଚିହ୍ନ ଥିଲା ଗୁପ୍ତାଙ୍ଗରୁ ପ୍ରଚୁର ରକ୍ତସ୍ରାବ ହେଉଥିଲା ଯାହା ପାଦ ଯାଏ ବୋହି ଆସିଥିଲା। ସେହିପରି ଝିଅର ବେକ ମୋଡ଼ି ଭାଙ୍ଗି ମୁହଁକୁ ମାଡ଼ ମାରି ଥିବାରୁ ଗୋଟେ ଆଖି ଡୋଳା ବାହାରି ଆସିଥିଲା ବୋଲି ସେ କହିଛନ୍ତି। ଏହିପରି ବିଭତ୍ସ ଭାବେ ହତ୍ୟା ପରେ ଝିଅକୁ ହରାଇ ପରିବାର ତଦନ୍ତ କେତେ ବାଟ ଗଲା ଜାଣିନପାରି ଅନ୍ଧାରରେ ଅଛନ୍ତି। ପୋଲିସ ଅପରାଧୀଙ୍କୁ ଧରି ସାରି ସିନ ରିକ୍ରିଏସନ କଲା ନାହିଁ ତେଣୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଗଡ଼ବଡ଼ ହେଲେ ଅପରାଧୀ ଖସି ଯାଇପାରନ୍ତି ବୋଲି ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି। ଏକ ଆଦିବାସୀ ନାବାଳିକା ଝିଅକୁ ଏପରି ହତ୍ୟା ପରେ ପୋଲିସର ଆଚରଣ ଲାଗି ଏହି ଘଟଣା ଉପରେ ଗୁରୁତ୍ୱ ଦେଇ ଘଟଣାକୁ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଇ ନ୍ୟାୟ ଦେବାକୁ ପରିବାର ପକ୍ଷରୁ ଦାବି ହେଉଛି।

Leave A Reply

Your email address will not be published.