କେନ୍ଦୁଝର: ରାତିସାରା ସ୍କୁଲରେ ରହି ଝରକା ରେଲିଂରେ ଲଟକି ଥିଲା ଛାତ୍ରୀ ଉଦ୍ଧାର।

0 2

ଚରମ ଦାୟିତ୍ୱହୀନତା ପ୍ରଧାନ ଶିକ୍ଷକ ନିଲମ୍ବିତ।             

କେନ୍ଦୁଝର,ତା୨୩/୮- ଛୋଟ ଛୁଆ ସେ କ’ଣ ଯାଣିଛି ସ୍କୁଲ ଛୁଟି ବେଳେ ପ୍ରକୋଷ୍ଠରେ ନିଘୋଡ଼ ନିଦରେ ଶୋଇ ପଡ଼ିଥିଲା ଯେ ସବୁ କବାଟରେ ଚାବି ଦେଇ ଚାଲି ଯାଇଥିଲେ ଭିତରେ ସେ ଏକୁଟିଆ ରହିଯାଇଥିଲା। ତେବେ ରାତି ଅନ୍ଧାରରେ ଝିଅଟି ଡରି ଘରକୁ ଯିବା ବାଟ ଖୋଜିଥିବ ତେଣୁ ଝରକା ଖୋଲି ଲୁହା ରେଲିଂ ବାଟେ ବାହାରିବାକୁ ଗୋଡ଼ ଓ ଦେହ କାଢି ଦେଇଛି ହେଲେ ମୁଣ୍ଡ ବାହାରି ପାରି ନାହିଁ ବିପଜ୍ଜନକ ଭାବେ ସେହିଠାରେ ଲାଖି ଯାଇଛି। ଝିଅଟି ସେମିତି ଅବସ୍ଥାରେ ଥିବା ବେଳେ ସକାଳେ ଲୋକେ ଦେଖି ଉଦ୍ଧାର କରିଥିଲେ। ଏହା ଏକ ଭୁତ ଚଳଚ୍ଚିତ୍ର କାହାଣୀ ପରି ଲାଗୁଥିଲେ ମଧ୍ୟ ସତ୍ୟ ଘଟଣାଟି  କେନ୍ଦୁଝର, ବାଂଶପାଳ ବ୍ଳକ ଅନ୍ତର୍ଗତ ଅଞ୍ଜର ସରକାରୀ ସ୍କୁଲରେ ଘଟିଛି। ୨ୟ ଶ୍ରେଣୀର କୁନି ଝିଅ ଜ୍ୟୋତ୍ସା ଦେହୁରୀ ତେଣୁ ଆହତ ହୋଇଛି। ଗୁରୁବାର ଛୁଟି ପରେ ଝିଅଟି ସ୍କୁଲ ପ୍ରକୋଷ୍ଠରେ ରହିଯାଇଥିଲା ପିଲା କେହି ଚାବି ଦେଇଥିଲେ ଶିକ୍ଷକମାନେ ଯାଞ୍ଚ କରିନଥିଲେ। ଘରେ ପରିବାର ଝିଅକୁ ରାତିସାରା ଖୋଜିଥିଲେ ସକାଳୁ ସେମାନେ ସ୍କୁଲ ଆସି ପରିସ୍ଥିତି ଦେଖିଥିଲେ ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଝିଅକୁ ଉଦ୍ଧାର ଲାଗି ପଛ ପଟୁ ଧରି ସାହାଯ୍ୟ କରିବା ବଦଳରେ ଭିଡ଼ିଓ କରିବାରେ ଲାଗିଥିଲେ ବୋଲି ଦେଖାଯାଇଥିଲା। ତେବେ ରେଲିଂ ମେଲାକରି ଝିଅକୁ ଉଦ୍ଧାର ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ଏହିପରି ଚରମ ଦାୟିତ୍ୱହୀନତା ଲାଗି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତ ନିଲମ୍ବନ ହୋଇଥିବା ଖବର ଆସିଛି। କର୍ମଚାରୀ ଅଭାବରୁ ଏମିତି ସବୁ ସ୍କୁଲ ପ୍ରାୟ ମେଣ୍ଟେନ ହେଉଥିବା ଅଭିଯୋଗ ଆସୁଛି ତେଣୁ ଭବଷ୍ୟତର ଆଉ ଏପରି ଅଘଟଣ ନଘଟୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଆଲୋଚନା ହେଉଛି।

Leave A Reply

Your email address will not be published.