ଡ଼ମ୍ବସରା ଉଚ୍ଚ ମାଧ୍ୟମିକ ଶିକ୍ଷା(ଯୁକ୍ତ 2) ବିଦ୍ୟାଳୟ ପରିସରରେ ଯୁକ୍ତ 2 ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ସ୍ଵାଗତ ସମ୍ବର୍ଦ୍ଧନା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ବ୍ଲକ ଅନ୍ତର୍ଗତ ଡ଼ମ୍ବସରା ଉଚ୍ଚ ମାଧ୍ୟମିକ ଶିକ୍ଷା(ଯୁକ୍ତ 2) ବିଦ୍ୟାଳୟ ପରିସରରେ ଯୁକ୍ତ 2 ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ନାହକ ସଭାପତ୍ତିତ୍ବ କରି ଶିକ୍ଷାର୍ଥୀଙ୍କ ଵ୍ୟକ୍ତିତ୍ବ ବିକାଶର ଧାରା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରରେ ମଞ୍ଚ ସଂଯୋଜକ ରୂପେ ସନ୍ତୋଷ ହୋତା ଦାୟିତ୍ବ ନିର୍ବାହ କିଥିଲେ। ଅନୁଷ୍ଠାନର ଅଧ୍ୟାପକ ଡ଼ଃ ପ୍ରଶାନ୍ତ ହୋତା, ଶ୍ରୀ ଶେଷସାୟୀ ସେନାପତି, ଶ୍ରୀ ନିଖିଲାସ ଜେନା,ଶ୍ରୀ ସହଦେଵ ମଲ୍ଲିଫୁଲ, ମନୋଜ ଶବର, ଦେବରାଜ ସେନାପତି, ରମାକାନ୍ତ ଜଟିଆ, ସୁଶାନ୍ତ ଅଧିକାରୀ, ଜଗମୋହନ ବେହେରା, ଧବଳ ବାଇନା ପୃଭୃତି ଉପସ୍ଥିତ ରହି ନିଜ ନିଜ ଅଭିଭାଷଣ ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ସ୍ଵାଗତ କରିଥିଲେ। ଦ୍ବିତୀୟ ବର୍ଷର ସମସ୍ତ ଶିକ୍ଷାର୍ଥୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ଶିକ୍ଷାର୍ଥୀଙ୍କ ଦ୍ଵାରା ଆକର୍ଷଣୀୟ ମନୋରଂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।