ଗୁଣପୁର ତହସିଲ ଅଫିସ ଆଗରେ ଧାରଣା, ଖବର ଦାତା ସମ୍ମିଳନୀ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଗୁଣପୁର ରାଜ୍ୟ ରାଜସ୍ଵ ଅମଲା ସଂଘର ଡାକରାରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଶୁକ୍ରବାର ୧୨ ଦିନରେ ପହଁଚିଛି l ଅମଲା ସଂଘ ରାୟଗଡା ଶାଖାର ୨୮୦ ଜଣ ରାଜସ୍ଵ ଅମଲା କଲମ ଛାଡ଼ ଆନ୍ଦୋଳନରେ ଅଂଶ ଗ୍ରହଣ କରିଛନ୍ତି। ଦାବି ଗୁଡିକ ପୂରଣ ନ ହେବା ପର୍ଯ୍ୟନ୍ତ ସମୁହ ଛୁଟିରେ ରହିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରି ଗତ ୧୧ ତାରିଖ ଠାରୁ କଲମ ଛାଡ଼ ଆନ୍ଦୋଳନ କରିଥିଲେ । ସରକାର ସେମାନଙ୍କ ଦାବୀ ପ୍ରତି କର୍ଣ୍ଣପାତ କରୁନଥିବା ରୁ ସଂଘ ପକ୍ଷରୁ ତହସିଲ ଅଫିସ ଆଗରେ ଧାରଣା ଦେଇ ଏକ ଖବରଦାତା ସମ୍ମିଳନୀ କରାଯାଉଥିଲା l ସେମାନଙ୍କ ମୌଳିକ ଦାବୀ ଗୁଡ଼ିକ ପ୍ରତି ସମ୍ପର୍କ ରେ ସରକାର ଦୃଷ୍ଟି ଆକର୍ଷଣ କରିବାକୁ ନିବେଦନ କରିଥିଲେ । ସଂଘ ର ସାଧାରଣ ସମ୍ପାଦକ ଅଜୟ କୁମାର ନାହକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ଖବରଦାତା ସମ୍ମିଳନୀ ରେ ରାୟଗଡ଼ା ଜିଲ୍ଲା ରାଜସ୍ୱ ଅମଲା ସଂଘ ର କାର୍ଯ୍ୟକାରୀ ସଭାପତି ସିମାଞ୍ଚଳ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ଵନାଥ ମଣ୍ଡଳ ,ଆକ୍ସନ କାଉନସିଲ ଅଧ୍ୟକ୍ଷ ରାମଚନ୍ଦ୍ର ରଥ, ବରିଷ୍ଠ ସଦସ୍ୟ ଅରୁଣ କୁମାର ପାଢ଼ୀ ,ରାୟଗଡ଼ା ଉପ ସଭାପତି – ରବି ପାଟଯୋଶୀ ,ଗୁଣପୁର ଉପସଭାପତି – ବଳରାମ ଭୂୟା , ଯୁଗ୍ମ ସମ୍ପାଦକ – ବବିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ୧୦ ଦଫା ଦାବି ଗୁଡିକ ସମ୍ପର୍କ ରେ ସୂଚନା ଦେଇଥିଲେ। ଦାବୀ ଗୁଡିକ ମଧ୍ୟରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ଵ ଅମଲା ମାନଙ୍କ ମୂଳ ଦରମା ଓ ଆର ଏସ ପି ୨୦୧୭ ମସିହା ନିୟମ ଅନୁଯାୟୀ ଲେଭେଲ୍ ୯କୁ ବୃଦ୍ଧି କରିବା ,ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପତ୍ର ସଂଖ୍ୟା ୬୯୮ ତା ୦୬.୦୧.୨୦୨୪, ପତ୍ର ସଂଖ୍ୟା ୭୦୮ ତା ୦୬.୦୧.୨୦୨୪, ପତ୍ର ସଂଖ୍ୟା ୮୮୯୮ ତା ୧୩.୦୩.୨୦୨୪ ଅନୁଯାୟୀ ଏବଂ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି କରାଯିବା ସହିତ ପଦବୀ ପୁର୍ନଗଠନ କରିଵ।,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୮୮୯୮ ତା ୧୫.୦୩.୨୦୨୪ ଅନୁଯାୟୀ ହୋଇଥିବା କନିଷ୍ଠ ରାଜସ୍ଵ ଅମଲା ମାନଙ୍କର ସେବା ଅବଧି ୬ ବର୍ଷ ପରିବର୍ତ୍ତେ ୪ ବର୍ଷ କରାଯାଉ,ବରିଷ୍ଠ ରାଜସ୍ୱ ସହାୟକ ଏବଂ ଏ.ଏସ୍.ଓ. ପଦବୀକୁ ଏକତ୍ରିକରଣ କରାଯାଇ କେବଳ ଏ.ଏସ୍.ଓ ରଖାଯାଉ ଏବଂ କନିଷ୍ଠ ରାଜସ୍ୱ ସହାୟକ ଙ୍କୁ ସେବା ଅବଧି ୪ ବର୍ଷ ନିର୍ଧାରଣ ରଖାଯାଇ ଏ.ଏସ୍.ଓ ପଦବୀକୁ ପଦୋନ୍ନତି ଦିଆଯାଉ ।
ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵାସ୍ଥ୍ୟବୀମା ଲାଗୁ କରାଯାଉ,୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ ଉଚ୍ଛେଦ କରାଯାଇ ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀକୁ ପୁନଃ ପ୍ରଚଳନ କରାଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେ କୌଣସି ସଦସ୍ୟ / ସଦସ୍ୟାଙ୍କୁ ଯୋଗ୍ୟତା ଭିଭିରେ ନିଯୁକ୍ତି ପ୍ରଦାନ କରିବା
,ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ କର୍ମଚାରୀ ମାନଙ୍କୁ ଓଡ଼ିଶା ରାଜସ୍ୱ ସେବା ପଦବୀରେ ଶତ ପତିଶତ ପଦୋନ୍ନତି ଦିଆଯାଉ,।ତହସିଲ୍ କାର୍ଯ୍ୟାଳୟ ମାନଙ୍କରେ ବିଭିନ୍ନ ରାଜସ୍ଵ ସମ୍ବନ୍ଧୀୟ ମାମଲାକୁ ତ୍ୱରାନ୍ଵିତ କରାଯିବା ପାଇଁ ସେଠାରେ କାର୍ଯ୍ୟରତ ରାଜସ୍ୱ ସହାୟକ ମାନଙ୍କୁ ଏଲ ଆର ଏମ ଏସ ୟୁଜର ଆଇ ଡି ପ୍ରଦାନ କରାଯାଉ,ରାଜସ୍ଵ ବିଭାଗରେ ସମସ୍ତ କାର୍ଯ୍ୟରେ ସଂସ୍କାର ଅଣାଯିବା ପାଇଁ ଏବଂ ନୂତନ ଭାବେ ନିଯୁକ୍ତି ପାଉଥିବା ରାଜସ୍ୱ ସହାୟକ ମାନଙ୍କର ଦକ୍ଷତା ବୃଦ୍ଧିପାଇଁ ପ୍ରବେଶକାଳୀନ ତାଲିମ ପ୍ରଦାନ,ନୂତନ ପେନ୍ସନ୍ ଯୋଜନାକୁ ରଦ୍ଦକରି ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ପୁରାତନ ପେନ୍ସନ୍ ଯୋଜନା ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି ଉପସ୍ଥାପନ କରିଥିଲେ । ଏହାକୁ ସମର୍ଥନ କରି ଗୁଣପୁର ତୃତୀୟ ଲିଙ୍ଗ ମହସଂଘ୍ ପକ୍ଷରୁ ପିଙ୍କି ମହାପାତ୍ର ଙ୍କ ନେତୃତ୍ୱରେ କର୍ମ କର୍ତ୍ତା ମାନେ ଧାରଣା ରେ ସାମିଲ ରହିଥିଲେ ।