ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅଙ୍ଗନବାଡ଼ି ଘର ନଥିବାରୁ ଜଣକ ବାରଣ୍ଡାରେ ପଢୁଛନ୍ତି ଛୁଆ ।

0 2

କେନ୍ଦୁଝର,ତା୨୩/୮- ଶିକ୍ଷାର ସ୍ଲୋଗାନ ହେଲା “ ସମସ୍ତେ ପଢିବେ ସମସ୍ତେ ବଢିବେ ” ତେବେ ଏହାର ଘୋର ବ୍ୟତିକ୍ରମ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ଦେଖିବାକୁ ମିଳିଛି। ସୂଚନା ମିଳିଛି କି ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପସି ପଞ୍ଚାୟତର କେନ୍ଦୁଆପଡା ଗ୍ରାମରେ ପିଲାଙ୍କ ଲାଗି ଅଙ୍ଗନବାଡି ଘର ନଥିବାରୁ କୋମଳମତି ପିଲାମାନେ ୟା ତା ପିଣ୍ଡାରେ ପଢୁଛନ୍ତି ବଢୁଛନ୍ତି। ଘର ଭିତର ହୋଇଥିଲେ ସେମାନେ କାନ୍ଥରେ ସୁନ୍ଦର ଚିତ୍ର ଦେଖେନ୍ତେ ହେଲେ ଏଠାରେ ପିଣ୍ଡାରେ ଗାଈ ଛେଳି ମେଣ୍ଢା ଦେଖି ପାଠ ପଢୁଛନ୍ତି। ଖୋଲା ମେଲାରେ ବସୁଥିବାରୁ ବର୍ଷା ଛିଣ୍ଟା କାଦୁଅ ପବନ ହାୱା ଶିଶୁଙ୍କ ଦେହରେ ଲାଗି ଥଣ୍ଡା ଜ୍ୱର ହେଉଛି। ଗ୍ରାମବାସୀ ଯେତେ କହିଲେ ମଧ୍ୟ ଏଯାଏ ନୂତନ ଅଙ୍ଗନବାଡି ଘର ହୋଇନାହିଁ। ଅନ୍ୟ ଜଣଙ୍କ ପିଣ୍ଡାରେ ପଢୁ ଥିବାରୁ ଛୁଆ ଟିକେ ଭଲକି ଖେଳି ପାରୁନାହାନ୍ତି। କାଳେ ପିଲା ବାହାରକୁ ଚାଲିଯିବେ ତେଣୁ ଜଗିବାକୁ ପଡୁଛି ବାହାରେ ବୁଲା କୁକୁର ଗାଈ ଗୋରୁ ଷଣ୍ଢ ବୁଲୁଛନ୍ତି ତେଣୁ ପିଲା ଅତି ଦୟନୀୟ ଭାବେ ଏଠାରେ ପାଠ ପଢୁଛନ୍ତି ବୋଲି ଅଭିଯୋଗ ହେଉଛି। ପିଲାଙ୍କ ଖାଇବା ବାଉଁଶ ବୁଦା ମୂଳେ ହେଉଥିବାରୁ ଏହା ଅତି ଖରାପ କଥା ଯାହା ପ୍ରତି ଦୃଷ୍ଟି ଦେଇ ପ୍ରଶାସନ ତୁରନ୍ତ ଅଙ୍ଗନବାଡି ଘରଟିଏ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

Leave A Reply

Your email address will not be published.