ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0 2

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଭାତ କୁମାର ମିଶ୍ରଙ୍କ ନିମାପଡ଼ା ବ୍ଳକ୍ କାଶୀପୁର ପ୍ରାଥମିକ ବ୍ଳକ୍ କୁ ଡ଼େପୁଟେସନ୍ ରେ ବଦଳି ହୋଇଥିବା ଯୋଗୁଁ ତାଙ୍କୁ ବିଦ୍ୟାଳୟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଳକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରୋଜୀତା ଗୌଡ଼ ଏବଂ ସମସ୍ତ ସଦସ୍ୟ ସଦସ୍ୟାଙ୍କ ଉପସ୍ଥିତିରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା I ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷକଙ୍କୁ ଉପଢ଼ୌକନ,ମାନପତ୍ର ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ସେହିପରି ବହୁ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ବିଦାୟୀ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ ବେଳେ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷକ ପ୍ରଭାତ କୁମାର ମିଶ୍ରଙ୍କ ୧୦ ବର୍ଷର ଶିକ୍ଷାଦାନ ଏବଂ ଛାତ୍ର ବତ୍ସଳତା ଗୁଣକୁ ମନେ ପକାଇ ଭାବ ବିହ୍ୱଳ ହୋଇପଡ଼ିଥିଲେ I କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ପ୍ରଭାକର ବିଷୋୟୀ, ଗୀତାଞ୍ଜଳି ଦାସ,ଯାଜ୍ଞସେନୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I

Leave A Reply

Your email address will not be published.