ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ,,ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ଗୁଡିକରେ ଅବକାରୀ ବିଭାଗ ଦ୍ଵାରା ଆକସ୍ମିକ ଭାବରେ ଚଢାଉ କରାଯାଇଥିଲା । ଚଢାଉ କରି ଅବକାରୀ ବିଭାଗ ଦ୍ଵାରା ପ୍ରାୟ ୫୪ ଲିଟର ୭୫୦ ମିଲିଲିଟର ମଦ ଜବଦ କରାଯାଇଛି ।
ସୂଚନା ଅନୁସାରେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ କୁଳିଅଣା,ସଦର ଏବଂ ଦେଉଳି ଅବକାରୀ ବିଭାଗ ର ମିଳିତ ସହଯୋଗରେ ଝାରପୋଖରିଆ ଥାନା ଅଞ୍ଚଳରେ ଥିବା ହୋଟେଲ ସାଥୀ, ହୋଟେଲ କାରଗିଲ,ହୋଟେଲ ୟୁ ପି – ବିହାର ଭଳି ବିଭିନ୍ନ ହୋଟେଲ ଗୁଡିକରେ ଅବକାରୀ ବିଭାଗ ଅଚାନକ ଭାବେ ଚଢ଼ାଉ କରିଥିଲା । ଚଢ଼ଉ କରି ଅବକାରୀ ବିଭାଗ ବିଭିନ୍ନ ହୋଟେଲ ଗୁଡ଼ିକ ମଧ୍ୟରୁ ପ୍ରାୟ ୫୪ ଲିଟର ୭୫୦ ମିଲିଲିଟର ରୁ ଅଧିକ ବିଦେଶୀ ମଦ ଜବତ କରିଥିବା ବେଳେ ହୋଟେଲ ଗୁଡିକରେ ମାମଲା ରୁଜ୍ଜୁ କରିଥିବା ସହିତ ୪ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ତେବେ ସ୍ଥାନୀୟ ଅବକାରୀ ବିଭାଗ ଅଧୀନରେ ଥିବା ପ୍ରାୟ ୧୦୦ କି:ମି: ରୁ ଅଧିକ ପରିଧି ବିଶିଷ୍ଟ କ୍ଷେତ୍ର କୁ ସ୍ୱଳ୍ପ କର୍ମଚାରୀ ଥିବା ହେତୁ ଉକ୍ତ କ୍ଷେତ୍ରକୁ ଯାଇ ଉପଯୁକ୍ତ ନଜର ଦେବାରେ କଷ୍ଟସାଧ୍ୟ ହୋଇ ପଡୁଛି କହି ଦୁଃଖ ପ୍ରକାଶ କରିବା ସହିତ ସରକାର କୁ ଅନୁରୋଧ କରିଥିଲେ ଯେ , ଯଦି ଉପଯୁକ୍ତ ପରିମାଣରେ କର୍ମଚାରୀ ଯୋଗାଇ ଦିଅନ୍ତେ ତେବେ ସମ୍ପୁର୍ଣ୍ଣ କ୍ଷେତ୍ରକୁ ସଠିକ୍ ଭାବେ ନଜର ଦିଆଯାଇ ପାରନ୍ତା ବୋଲି କୁଳିଅଣା ଅବକାରୀ ବିଭାଗ ଅଧିକାରୀ ଜ୍ଞାନେଶ୍ୱରୀ ବିଶ୍ଵାଳ ପ୍ରକାଶ କରିଛନ୍ତି। ଆଗାମୀ ଦିନ ରେ ରାସ୍ତା ପାର୍ଶ୍ବରେ ଥିବା ସମସ୍ତ ଢ଼ାବା କୁ ଚଢାଉ କରାଯିବ ବୋଲି ସୂଚନା ମଧ୍ୟ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ପାର୍ବଣ ଋତୁରେ ମୂର୍ତ୍ତି ତିଆରି, ମଣ୍ଡପ ତିଆରି ଓ ବିର୍ସଜନ ନିମନ୍ତେ ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ନିୟମାବଳୀ ଜାରି ।
Next Post