ହିତାଧିକାରୀ ପାଇଲେ ସରକାରୀ ସହାୟତା

0 2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ପଂଚାୟତ ସମିତି ତରଫରୁ ସ୍ଥାନୀୟ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ସରକାରୀ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ଜୀବନ ଧରଣର ମାନ ବୃଦ୍ଧି ନିମନ୍ତେ ପ୍ରତିଶୃ୍ତି ବଦ୍ଧ ବୋଲି ପ୍ରକାଶ କରିବା ସହିତ ହିତାଧିକାରୀ ମାନଙ୍କୁ ରାସନ୍ କାର୍ଡ୍, ଅନ୍ତୋଦୟ ଯୋଜନାରେ ପକ୍କା ଘର ନିମନ୍ତେ କାର୍ଯ୍ୟାଦେଶ ଏବଂ ଭତ୍ତା ବଣ୍ଟନ କରିଥିଲେ I କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ତହସିଲଦାର କଳାକୃଷ୍ଣ ପ୍ରଧାନ, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ସାଂସଦ ପ୍ରତିନିଧି ରଞ୍ଜନ ରାଉତ,ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ବିଦ୍ୟାଧର ବିଷୋୟୀ ,ବଡ଼ ବୋର୍ସିଂ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ର ପ୍ରମୁଖ ମଞ୍ଚାସୀନ ରହି ଭତ୍ତା ବଣ୍ଟନରେ ସହଯୋଗ କରିଥିଲେ I ଏହି ଅବସରରେ ୧୫୦ ଜଣ ହିତାଧିକାରୀଙ୍କୁ ରାସନ୍ କାର୍ଡ୍, ୩୪୫ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ପକ୍କା ଘର ନିମନ୍ତେ କାର୍ଯ୍ୟାଦେଶ ଏବଂ ୬୭୩ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା I ବିଡ଼ିଓ ତଥା ତହସିଲଦାର କଳାକୃଷ୍ଣ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ, ଅତିଥି ପରିଚୟ ପ୍ରଦାନ ଏବଂ ଧନ୍ୟବାଦ ଜ୍ଞାପନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ନଗର ସାଂସଦ ପ୍ରତିନିଧି ନାରାୟଣ ସାହୁଙ୍କ ସମେତ କାର୍ଯ୍ୟକ୍ରମରେ ବ୍ଳକ୍ ର ବହୁ ସରପଞ୍ଚ,ସମିତିସଭ୍ୟ ଯୋଗଦେଇଥିବା ବେଳେ ବ୍ଳକ୍ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Leave A Reply

Your email address will not be published.