ଭଞ୍ଜନଗରରୁ ଉଦୟନାଥ ପଣ୍ଡା : ଭଂଜନଗରରେ ପ୍ରଥମ ଥର ପାଇଁ ଧରାପଡ଼ିଛି ଧଳା ଜହର | ଧଳା ଜହର ବ୍ୟବସାୟରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଭଞ୍ଜନଗର ପୋଲିସ | ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇଁ ଭଞ୍ଜନଗର ପୋଲିସର ଏକ ଟିମ୍ ଜାମପଲ୍ଲୀ ଝଙ୍କରାଇ ମନ୍ଦିର ନିକଟରେ ତିନି ଜଣ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନେ ରାକେଶ କୁମାର ବେହେରା (୨୬), ବହାଡାପଲ୍ଲୀ, ପୋଲିସ୍ ଷ୍ଟେସନ୍ ଓଡ଼ାଗାଁ, ଜିଲ୍ଲା- ନୟାଗଡ଼ , ଅମିୟ ରଞ୍ଜନ ମହାନ୍ତି (୨୬) ଗ୍ରାମ- ଭେଜିପୁଟ, ପୋଲିସ୍ ଷ୍ଟେସନ୍ ଭଞ୍ଜନଗର, ଜିଲ୍ଲା- ଗଞ୍ଜାମ, ଅମିତ କୁମାର ବେହେରା (୨୭), , ଗ୍ରାମ- ବାଉଁଶ ଲୁଣ୍ଡି, ପୋଲିସ୍ ଷ୍ଟେସନ୍ ଭଞ୍ଜନଗର, ଜିଲ୍ଲା- ଗଞ୍ଜାମ, । ରାକେଶ କୁମାର ବେହେରାଙ୍କ ଠାରୁ ୩୧ରୁ ଉର୍ଦ୍ଧ ଗ୍ରାମ୍ ବ୍ରାଉନ୍ ସୁଗର ନଗଦ ଟଙ୍କା , ଦୁଇଟି ମୋବାଇଲ ଉଦ୍ଧାର ହୋଇଥିଲା। ମିଳିଥିବା ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ରୁ ଉର୍ଦ୍ଧ ହେବ। ଆଜି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ , ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼ ଦୀପକ କୁମାର ମିଶ୍ର ଓ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ଉପସ୍ଥିତ ରହି ସବିଶେଷ ସୂଚନା ଦେବା ସହ ଧଳା ଜହର ଓ କଳା ଜହର ଏବଂ ମଦ ଦ୍ୱାରା କବଳିତ ନହେବା ପାଇଁ ଯୁବ ସମାଜକୁ ତାଗିଦ କରି ଥିଲେ। ଭଞ୍ଜନଗର ଅଞ୍ଚଳରେ ପ୍ରଥମ ଥର ପାଇଁ ବ୍ରାଉନ ସୁଗର ମିଳିବା ଭଞ୍ଜନଗର ପୋଲିସ ପାଇଁ ଗୋଟାଏ ଖୋଲା ଚାଲେଞ୍ଜ୍।ସୂଚନାଯୋଗ୍ୟ ଯେ ଭଞ୍ଜନଗରର ସୀମାନ୍ତ ଜିଲ୍ଲା କନ୍ଧମାଳ, ନୟାଗଡ଼ ଓ ଦଶପଲ୍ଲା ରୁ ଭଞ୍ଜନଗର ରାସ୍ତା ଦେଇ ଗଂଜେଇ,ମଦ,ବ୍ରାଉନ ସୁଗର ଭଳି ମାଦକ ଦ୍ରବ୍ୟ ପ୍ରତ୍ୟକ ଦିନ ଚାଲାଣ ହେଉଛି ଏବଂ ଏହାକୁ ଭଞ୍ଜନଗର ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ ଓ ବ୍ଲକିଙ୍ଗ କରି ଏସବୁକୁ ଜବତ କରୁଛି। ଆହୁରି ମଧ୍ୟ ଭଞ୍ଜନଗର ଅଞ୍ଚଳରେ ପୁଳା ପୁଳା ବନ୍ଧୁକ ଭଳି ମାରଣାସ୍ତ୍ର ପୋଲିସ ଜବତ କରୁଛି।ଆଜିର ଏହି ବ୍ରାଉନ ସୁଗାର ରଖିଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେଣୁ ଆଗାମୀ ଦିନରେ କିପରି ଭାବେ ଭଞ୍ଜନଗର ପୋଲିସ ଏହି ବ୍ରାଉନ ସୁଗାର ର ମୂଳ ବେପାରିକୁ ଧରିବ ତାହା ଦେଖିବାକୁ ବାକି ରହିଲା।
Sign in
Sign in
Recover your password.
A password will be e-mailed to you.