କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ):କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ଜାଗୁଳାଇପଡା ଅଞ୍ଚଳରେ କୁକୁଡ଼ା ମଡ଼କ ସୃଷ୍ଟି ହୋଇଛି। ଅଚାନକ କୁକୁଡ଼ା ମରିବା ଆରମ୍ଭ ହେବାରୁ ସ୍ଥାନୀୟ କୁକୁଡ଼ା ଚାଷୀ ମୁଣ୍ଡରେ ହାତ ଦେଲେଣି। ପ୍ରାୟ ପ୍ରତ୍ୟେକ ଘର ଓ ଫାର୍ମରେ ଦିନକୁ ଦଶରୁ କୋଡ଼ିଏ କୁକୁଡ଼ା ମୃତ୍ୟୁବରଣ କରୁ ଥିବାରୁ ଚାଷୀମାନେ ଅର୍ଥନୈତିକ ହାନିରେ ପଡ଼ିଛନ୍ତି। ସ୍ଥାନୀୟ ଲୋକଙ୍କ କଥା ଅନୁସାରେ, ପ୍ରଥମେ ଜାଗୁଳାଇ ପଡାରେ କୁକୁଡ଼ା ମଡ଼କ ଆରମ୍ଭ ହେଲେ । ବର୍ତ୍ତମାନ ସେଥିରୁ ଆଖ ପାଖ ଗାଁ ଓ ଅଞ୍ଚଳକୁ ବ୍ୟାପିବାକୁ ଲାଗିଛି। “ଗୋଟେ ପଟେ ଆର୍ଥିକ ସଂକଟ, ତା’ପରେ ଏହି ମଡ଼କ। କେମିତି ପରିବାର ଚଳାଇବୁ କହିଛନ୍ତି ଜଣେ କୁକୁଡ଼ା ଚାଷୀ। ସେପଟେ, ପଶୁଚିକିତ୍ସା ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି କୁକୁଡ଼ା ମୃତ୍ୟୁର ନମୁନା ସଂଗ୍ରହ କରିଛନ୍ତି। ସେଥିରୁ କାହିଁକି ଏହି ମଡ଼କ ହେଉଛି, ତାହା ନିଶ୍ଚିତ କରିବାକୁ ୭ ଦିନ ପରେ ରିପୋର୍ଟ ଆସିବାକୁ ଥିବା ସୂଚନା ମିଳିଛି। ରିପୋର୍ଟ ଆସିବା ପର୍ଯ୍ୟନ୍ତ ସ୍ଥାନୀୟ ଲୋକ ମାନଙ୍କୁ ସଚେତନ ରହିବାକୁ । କୁକୁଡ଼ାକୁ ଗାଁରୁ ବାହାରକୁ ବିକ୍ରି ନ କରିବାକୁ ପଶୁ ଚିକିତ୍ସା ବିଭାଗ ପରାମର୍ଶ ଦେଇଛି। ଜିଲ୍ଲାରେ ପ୍ରାୟ ସହସ୍ରାଧିକ ଲୋକ କୁକୁଡ଼ା ଚାଷ ଉପରେ ନିର୍ଭରଶୀଳ। ଏହି ମଡ଼କ ଯଦି ଅଧିକାଞ୍ଚଳକୁ ବ୍ୟାପିଥାଏ, ତେବେ ଲକ୍ଷାଧିକ ଟଙ୍କାର ହାନି ସହିତ ଚାଷୀମାନେ ଋଣର ଜାଲରେ ଫସିବେ ବୋଲି ଆଶଙ୍କା କରାଯାଉଛି। ଚାଷୀମାନେ ସରକାରଙ୍କୁ ଶୀଘ୍ର ପଦକ୍ଷେପ ନେବା ସହିତ ତତ୍କାଳୀନ ଅର୍ଥ ସାହାଯ୍ୟ ଓ ଔଷଧ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.