ବିଜେପୁର :-ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ପରିସରରେ ଆଜି ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବିଜେପୁର ବ୍ଲକର ବିଭିନ୍ନ ଅଞ୍ଚଳରୁ ଭିନ୍ନକ୍ଷମ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ।
ଶିବିରରେ ଅଂଶଗ୍ରହୀତାମାନେ ପ୍ରଥମେ ପଞ୍ଜିକରଣ କରିଥିଲେ। ପରେ, ସେମାନଙ୍କୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା। ପରୀକ୍ଷା ଶେଷରେ ସମସ୍ତ ରିପୋର୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବାକୁ ସୂଚିତ କରାଯାଇଛି।
ସୂଚନାନୁସାରେ, ଯଦି କୌଣସି ଭିନ୍ନକ୍ଷମ ବ୍ୟକ୍ତି ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଥିବେ, ସେମାନଙ୍କୁ ପ୍ରତିମାସ ୩୫୦୦ ଟଙ୍କା ଭତ୍ତା ଦିଆଯିବ। ଏହା ବ୍ୟତୀତ, ଯଦି କୌଣସି ବ୍ୟକ୍ତିଙ୍କୁ ଔଷଧ ଦ୍ୱାରା ଠିକ୍ କରାଯାଇପାରିବ, ସେଥିପାଇଁ ଆବଶ୍ୟକ ଔଷଧର ବ୍ୟବସ୍ଥା ସରକାର ପକ୍ଷରୁ କରାଯିବ ବୋଲି ଏହି ଶିବିରକୁ ପରିଦର୍ଶନ କରିଥିବା ସ୍ଥାନୀୟ ବିଧାୟକ ସନତ କୁମାର ଗଡତିଆ କହିଥିଲେ l ପୂର୍ବରୁ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବା ପାଇଁ ଲୋକମାନଙ୍କୁ ବରଗଡ଼ ଜିଲ୍ଲା ଚିକିତ୍ସାଳୟକୁ ଯିବାକୁ ପଡ଼ୁଥିଲା। ସେଥିରେ ଅନେକ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଥିଲା। ଏବେ ସରକାରଙ୍କ ଉଦ୍ୟମରେ ବ୍ଲକ ସ୍ତରରେ ଏହିପରି ଶିବିର ହେବାରୁ ଗାଁ ରୁ ସିଧାସଳଖ ବିଜେପୁରକୁ ଆସି ଲୋକମାନେ ସୁବିଧା ପାଉଛନ୍ତି। ଶିବିର ରେ ନୂତନଭାବେ ନିର୍ବାଚିତ ହୋଇଥିବା ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନା, ଗୋଷ୍ଟି ଉନ୍ନୟନ ଅଧିକରୀ ସରୋଜ କୁମାର ବିଶ୍ଵାଳ, ଜ଼ିଲ୍ଲାପରିଷଦ ସୁଶାନ୍ତ ଗଡ଼ତିଆ, ଉମାରାଣୀ ଝଙ୍କାର, ବ୍ଲକ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.