ଅଗଷ୍ଟ ୨୭ରୁ ବାରିପଦାରେ ଅଗ୍ନିବୀର ନିଯୁକ୍ତି ରାଲି: ନିଯୁକ୍ତି ଶିବିରରେ ଯୋଗଦେବେ ୧୨ଗୋଟି ରାଜ୍ୟର ପ୍ରାର୍ଥୀ

0 2

ବାରିପଦା :-ବାରିପଦା ଛଉ ପଡିଆ ଠାରେ ଆସନ୍ତା ଅଗଷ୍ଟ ୨୭ ତାରିଖରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ୧୨ଟି ରାଜ୍ୟ ପାଇଁ ଭାରତୀୟ ବାୟୁସେନା ତରଫରୁ ଅଗ୍ନିବୀର ବାୟୁ ନିଯୁକ୍ତି ରାଲି ଅନୁଷ୍ଠିତ ହେବାକୁ ଯାଉଛି. ଏଭଳି ମେଗା ନିଯୁକ୍ତି ରାଲି ପ୍ରଥମ କରି ମୟୁରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହେଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି.
ଭାରତୀୟ ବାୟୁ ସେନାରେ ଅଗ୍ନିବୀର ବାୟୁ ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀନୀଙ୍କ ନିମନ୍ତେ ୩ଟି ପର୍ଯ୍ୟାୟରେ ଏହି ନିଯୁକ୍ତି ରାଲି ଅନୁଷ୍ଠିତ ହେବ. ଉକ୍ତ ନିଯୁକ୍ତି ରାଲିରେ ଭାରତର ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମେଘାଳୟ, ମଣିପୁର, ମିଜୋରାମ, ନାଗାଲ୍ୟାଣ୍ଡ, ସିକିମ, ପଶ୍ଚିମ ବଙ୍ଗ, ଛତିଶଗଡ ଓ ଝାରଖଣ୍ଡ, ଓଡିଶା ଆଦି ମୋଟ ୧୨ ଗୋଟି ରାଜ୍ୟର ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ଯୋଗ ଦେବେ. ଯୋଗ୍ୟତା ଅନୁଯାୟୀ ବୟସ ସାଢେ ୧୭ବର୍ଷରୁ ୨୧ ବର୍ଷ ଭିତରେ ହୋଇଥବ, ଶିକ୍ଷା ଗତ ଯୋଗ୍ୟତା ଇଂରାଜୀରେ ସର୍ବ ନିମ୍ନ ୫୦ ପ୍ରତିଶତ ସହିତ ଏଗ୍ରିଗେଟରେ ୫୦ ପ୍ରତିଶତ ନମ୍ବର ରଖି ଯୁକ୍ତ ଦୁଇ କିମ୍ବା ଆଇଟିଆଇ, ଡିପ୍ଲୋମାରେ ଉତ୍ତୀର୍ଣ୍ଣ ହୋଇଥିବା ସହ ଶାରୀରିକ ଗଠନ ଇତ୍ୟାଦି ଭିତ୍ତିରେ ନିଯୁକ୍ତି ପାଇଁ ଅଂଶ ଗ୍ରହଣ କରି ପାରିବେ ଏବଂ ଏହି ନିଯୁକ୍ତି ରାଲିରେ ଅଂଶ ଗ୍ରହଣ କରିବା ପାଇଁ ପୂର୍ବରୁ କୌଣସି ପଞ୍ଜିକରଣ ଆବଶ୍ୟକତା ନାହିଁ ବୋଲି ଜଣାଯାଇଛି.

Leave A Reply

Your email address will not be published.