ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ବୁଧବାର ଦିନ ନଗର କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି।
ଏହି ଅବସରରେ ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ରାଜୀବ ଗାନ୍ଧୀଙ୍କ ଫୋଟ ଚିତ୍ର ରେ ମାଲ୍ୟାର୍ପଣ ଅର୍ପଣ କରାଯାଇ ସ୍ବର୍ଗୀୟ ରାଜୀବ ଗାନ୍ଧୀଙ୍କ ଉପରେ ସ୍ମୃତି ଚାରଣ କରି କଂଗ୍ରେସ ଦଳରେ ନୀତି ଆଦର୍ଶ କୁ ଗାନ୍ଧି ପରିବାର ର ନୀତି ଆଦର୍ଶ କୁ ନେଇ ଆଜି ଆଲୋଚନା ହୋଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଅଭିମନ୍ୟୁ ପଣ୍ଡା , ସୂର୍ଯ୍ୟ ନାରାୟଣ ପାତ୍ର , ରାଜା ପାତ୍ର , ଲବ ସାହୁ , ମୁନା ମହାରଣା , କୁନା ମାଝୀ , ସଂଗ୍ରାମ ସାହୁ , ନୀରାକାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.