ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,, ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ କୁମୁଦିନୀ ଫାଉଣ୍ଡେସନ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାରିବାରିକ ଚେତନା ବୃଦ୍ଧି ତଥା ସାଧାରଣ ଜ୍ଞାନର ପ୍ରସାର ନିମନ୍ତେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ “ମୋ ଜେଜେ ମାଆ ଓ ମୋ ଜେଜେ ବାପା ” ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ଆଜି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି I କୁମୁଦିନୀ ପାତ୍ରଙ୍କ ପୁଅ ତଥା କୁମୁଦିନୀ ଫାଉଣ୍ଡେସନ୍ ସଭାପତି ସନ୍ନ୍ୟାସୀ ପାତ୍ରଙ୍କ ତତ୍ତ୍ୱାବଧାନରେ ଅଞ୍ଚଳର ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ,ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ, କ୍ଷତ୍ରିୟବରପୁର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ, ପ୍ରତାପ ଲକ୍ଷ୍ମଣପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୋବରା ବିଶ୍ୱଭାରତୀ,ଫ୍ରଫୁଲ୍ଲ କୁମାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଡ଼ ଦୋଡ଼ଙ୍ଗା ମୋଡେଲ୍ ହାଇସ୍କୁଲ୍,ଇଙ୍ଗିନାଠୀ ଯୁଗ ନିର୍ମାଣ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ସେଥିରେ ଶ୍ରେଷ୍ଟ ପ୍ରଦର୍ଶନ କରିଥିବା ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଦୁଇଜଣ,ବିଶ୍ୱଭାରତୀର ଜଣେ,କ୍ଷତ୍ରିୟବରପୁର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର ଜଣେ,ଇଙ୍ଗିନାଠୀ ଯୁଗ ନିର୍ମାଣ ଉଚ୍ଚ ବିଦ୍ୟାଳୟର ଜଣେ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜଣେ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ଫାଉଣ୍ଡେସନ୍ ପକ୍ଷରୁ ସାର୍ଟିଫିକେଟ ଏବଂ ପୁରସ୍କାର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା I ପ୍ରକାଶ ଥାଉକି କୁମୁଦିନୀ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ସେମାନଙ୍କୁ ଉତ୍ସାହିତ କରଯାଇଥାଏ I ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ଯ ଜାରି ରହିବା ସହିତ ଅଞ୍ଚଳରୁ ପ୍ରତିଭା ଅନ୍ଵେଷଣ କରାଯିବ ବୋଲି ଫାଉଣ୍ଡେସନ୍ ସଭାପତି ସନ୍ନ୍ୟାସୀ ପାତ୍ର ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.