ଓଡ଼ଗାଁ,୧୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ସରକାରୀ ଅନୁଦାନ ପ୍ରଦାନ ନିମନ୍ତେ କାର୍ଯ୍ୟ ବନ୍ଦ କରି ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନରେ ବସି ରହିଛନ୍ତି । ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ମହାବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ୨୦୦୮ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନ ପ୍ରଦାନ ନିମନ୍ତେ ସଂଘ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିଛି । ଏହାକୁ ସମର୍ଥନ କରି ଓଡ଼ଗାଁ କଲେଜରେ କାର୍ଯ୍ୟରତ ଶିକ୍ଷକ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, ପବିତ୍ର କୁମାର ସାହୁ, ସୁଶାନ୍ତ ଶତପଥୀ, ବିପିନ ମହାପାତ୍ର, ରଶ୍ମିରଞ୍ଜନ କର, ଶୈଳେନ୍ଦ୍ର କୁମାର ଭଟ୍ଟ, ଅଧ୍ୟାପିକା ରୋଜାଲିନ ରଥ, ରୋଜାଲିନ ପଣ୍ଡା ଓ ଅଣଶିକ୍ଷକ ସନ୍ତୋଷ କୁମାର ସାହୁ, ଜିତେନ୍ଦ୍ର କୁମାର ସାହୁ, ତାପସରଞ୍ଜନ ମହାନ୍ତି, ଦୀପକ କୁମାର ଡାକୁଆ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସି ଅନୁଦାନ ଆମ ଅଧିକାର କହିବା ସହ ଆମର ଦାବି ନାର୍ଯ୍ୟ ଦାବି ସରକାର ତମେ ମାନି ନିଅ, ଭଳି ନାରାବାଜି କରୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ନୂତନ ଜିଆଇଏ ବାହାର କରାଯାଉ । ଯଦି ସରକାର ନୂତନ ଜିଆଇଏ ବାହାର ନକରନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଅଧ୍ୟାପକ ବିପିନ କୁମାର ମହାପାତ୍ର କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post