ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳିତ

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ ଭଗବାନ ଶ୍ରୀ-କୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଭକ୍ତି ଓ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଯାଇଛି। ମଠ ଓ ମନ୍ଦିର ଗୁଡ଼ିକରେ ସଂକୀର୍ତ୍ତନ ସହ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ଲାଗି ରହିଥିଲା। ଏହି ଅବସରରେ ସମଗ୍ର ପାରଳାଖେମୁଣ୍ଡି ସହର ଚଳଚଞ୍ଚଳ ହୋଇ ଉଠିଛି।
ଶନିବାର ଦିନ କାରଣ ସାହି ସ୍ଥିତ ନୃସିଂହନାଥ ମଠରେ ଭଗବାନ ଶ୍ରୀ-କୃଷ୍ଣଙ୍କ ପବିତ୍ର ଜନ୍ମୋତ୍ସବ ଧୂମଧାମରେ ପାଳିତ ହୋଇଯାଇଛି।
ସନ୍ଧ୍ୟାରେ ଭଗବାନ ଶ୍ରୀ-କୃଷ୍ଣଙ୍କୁ କ୍ଷୀର , ଦହି , ମହୁ , ଗୁଡ଼ , ଗୁଆଘିଅ , ପଇଡ଼ ପାଣି , ନଡ଼ିଆ ପାଣିରେ ସ୍ନାନ କରାଯାଇଥିଲା। ଭଗବାନ ଶ୍ରୀ-କୃଷ୍ଣଙ୍କ ଜନ୍ମୋତ୍ସବ ଉତ୍ସବ ଦେଖିବା ପାଇଁ ଦୁରଦୁରାନ୍ତରୁ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ଜନସମାଗମ ହୋଇଥିଲା। ଏହି ଉତ୍ସବରେ ପାରଳାର ସଂକୀର୍ତ୍ତନ ଦଳ ସଂକୀର୍ତ୍ତନ କରିଥିଲେ।
ସେହିପରି କରଣ ସାହିର ରସିକରାଜ ମନ୍ଦିର ରେ ମଧ୍ୟ ଭଗବାନ ଶ୍ରୀ-କୃଷ୍ଣଙ୍କ ଜନ୍ମୋତ୍ସବ ଉତ୍ସବ ପାଳିତ ହୋଇଥିବା ବେଳେ ଶୁକ୍ରବାର ଦିନ ଇସ୍କନ ପାରଳାଖେମୁଣ୍ଡି ପକ୍ଷରୁ ଟାଉନ୍ ହଲ୍ ଠାରେ ଧୂମଧାମରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳିତ ହୋଇଥିଲା।
ରବିବାର ଦିନ ସନ୍ଧ୍ୟାରେ ଶ୍ରୀକରଣ ସାହି ସ୍ଥିତି ରାଧାମୋହନ ମନ୍ଦିର ରୁ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ବସାଇ ନଗର ପରିକ୍ରମା କରିଥାନ୍ତି। ଏହି ସମୟରେ ସାହି ସାହିରେ ନନ୍ଦଉତ୍ସବ ଅନୁଷ୍ଠିତ ହୋଇଥାଏ।

Leave A Reply

Your email address will not be published.