ସ୍ବେଚ୍ଛାକୃତ ରକ୍ତଦାନ ଶିବିର,୩୭ ୟୁନିଟ୍ ରକ୍ତ ସଂଗ୍ରହ

2


ଓଡ଼ଗାଁ,୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ବାହାଡାଝୋଲା ପଞ୍ଚାୟତ ସାହିରେ ଥିବା ପ୍ରଜାପିତା ଈଶ୍ୱରୀୟ ବିଦ୍ୟାଳୟ ଠାରେ ବ୍ରହ୍ମପୁର ଗାଦି ପ୍ରକାଶ ମଣୀଙ୍କ ୧୮ ତମ ସ୍ମୃତି ଦିବସ ଉପଲକ୍ଷେ ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୩୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ବ୍ୟାଙ୍କ ଅଫ ବରୋଦା ଶାଖା ପରିଚାଳକ ଡ. ରିତେଶ ବଳିଆର ସିଙ୍ଗ୍ ଶିବିରରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମ କୁମାରୀ ଲକ୍ଷ୍ମୀ ଭଉଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ ବ୍ରହ୍ମକୁମାରୀ ବ୍ରହ୍ମା କୁମାର ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.