ନୂଆପଡାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ 

0

ନୂଆପଡା/ପ୍ରିୟବ୍ରତ ପଣ୍ଡା ,ନୂଆପଡା ଜିଲ୍ଲାର ସବୁ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ବହୁ ଉତ୍ସାହ ସହକାରେ ଜିଲ୍ଲାବାସୀ ଏହି ରାଷ୍ଟ୍ରୀୟ ପର୍ବ ପାଳନ କରିଥିଲେ। ଖଡ଼ିଆଳ ରାଜା ଏ ଟି ହାଇସ୍କୁଲ ପଡ଼ିଆରେ ପୂର୍ବତନ ସୈନିକ ସଙ୍ଘ ତରଫ ରୁ ସାଧାରଣତନ୍ତ୍ର ଦିବସ ଅତି ଆଡମ୍ବର ସହକାରେ ପାଳନ କରାଯାଇଛି ।କରଙ୍ଗାମାଲ ଖେଳପଡ଼ିଆ ରେ କରଙ୍ଗାମାଲ ନୋଡାଲ ହାଇସ୍କୁଲ ,ବୁଢ଼ାରଜା ସାଇନ୍ସ କଲେଜ ,ଏବଂ ଶ୍ରୀଜଗନ୍ନାଥ ଆର୍ଟ କଲେଜର ମିଳିତ ପେରେଡ ମନଛୁଆଁ ଥିବାବେଳେ ,ମାନବ କଲ୍ୟାଣ ସମିତି କରଙ୍ଗାମାଲ ଅନୁକୂଲ୍ୟରେ ହୋଇଥିବା ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ସମାରୋହ କୁ ଆହୁରି ଚିତ୍ତାକର୍ଷକ ହୋଇଥିଲା । ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବୈଦ୍ୟନାଥ ପଣ୍ଡା ରାଷ୍ଟ୍ରୀୟ ଧ୍ୱଜ ଉତ୍ତୋଳନ କରିଥିବା ବେଳେ ପ୍ରଖ୍ୟାତ ବକ୍ତା ତଥା ଶ୍ରୀଜଗନ୍ନାଥ ଆର୍ଟ କଲେଜ ର ଅର୍ଧକ୍ଷ ଶ୍ରୀମାନ ଦେବରାଜ ମାଝୀ ପୁରଷ୍କାର ବିତରଣ କରିବା ସହ ଭାରତୀୟ ସମ୍ବିଧାନ ଭବିଷ୍ୟ କୁ ଦୃଷ୍ଟି ରେ ରଖି ଲେଖା ଯାଇଛି ବୋଲି ପ୍ରକାଶ କରିଥିଲେ ।

 

Leave A Reply

Your email address will not be published.