ଗାଇସିଲେଟରେ ବ୍ଲକ ସ୍ତରୀୟ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ।

0

ଗାଇସିଲେଟ/କେଦାର ନାଥ ସାହୁ

ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ଠାରେ ବ୍ଲକସ୍ତରୀୟ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।  ଗାଇସିଲେଟ ଷ୍ଟାଡିୟମ ଠାରେ ୟୁଥ କ୍ଲବର ଉପସଭାପତି ରଞ୍ଜନ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ମଧୁଛନ୍ଦା ସାହୁ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଟର ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଗାଇସିଲେଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ ଏବଂ ଗାଇସିଲେଟ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଠାକୁର ଦାସ ମୁର୍ମୁ ଯୋଗଦାନ କରି ବିଭିନ୍ନ ସ୍ତରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ମୋଟ ଆଠ ଗୋଟି ଦଳ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ।ଶୋଷରେ ସଭାର ସଭାପତି ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ଏତଦ୍ ବ୍ୟତୀତ ବିଭିନ୍ନ କାର୍ଯ୍ୟାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଠିକ ସେହିପରି ପେହେଚାନ,ସରକାରୀ ବିଦ୍ୟାଳୟ,ପଞ୍ଚାୟତ ସମିତି ମହାବିଦ୍ୟାଳୟ,  ଓଡିଶା ଆଦର୍ଶ ବିଦ୍ୟାଳୟ ତଥା ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଗୁଡିକେର ପତାକା ଉତ୍ତୋଳନ କରାଯାଇଥିଲା।

 

Leave A Reply

Your email address will not be published.