ଓଡଗାଁ,୧୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଏକପ୍ରକାର ଦେବାଳିଆ ଅବସ୍ଥାରେ ପହଂଚିଥିବା ବେଳେ ସମବାୟ ସମିତି ସ୍ତରରୁ ଏଥିରୁ ବର୍ତ୍ତିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏପରିସ୍ଥଳେ ରବିବାର ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ଅନ୍ତର୍ଗତ ଓଡ଼ଗାଁ ଶାଖା ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ମାନଙ୍କୁ ନେଇ ଏକ ଜରୁରୀ ବୈଠକ ବ୍ୟାଙ୍କ୍ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନଙ୍କ ଆବାହକତ୍ୱରେ ଓଡ଼ଗାଁ ସ୍ଥିତ ମୋ ‘ ପରିବାର, ଅନୁଷ୍ଠାନର ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି । ହେଲେ ଏଥିରେ ଓଡଗାଁ ପ୍ରାଥମିକ କୃଷି ସମବାୟ ସମିତି ପରିଚାଳନା କମିଟି ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ଓଡଗାଁ ବ୍ୟତିରେକ ୨ ସଭାପତି ଅନୁପସ୍ଥିତ ଥିବା ବେଳେ ୧୫ ସମବାୟ ସମିତି ସଭାପତି ଏହି ବୈଠକରେ ଉପସ୍ଥିତ ରହିଥିଲେ । ଏବଂ ସର୍ବ ସମ୍ମତିକ୍ରମେ କୁରାଳ ସମିତି ସଭାପତି କାହ୍ନୁ ଚରଣ ପଣ୍ଡାଙ୍କୁ ଓଡଗାଁ କେନ୍ଦ୍ର ବ୍ୟାଙ୍କ ଶାଖାର ସମବାୟ ସମିତି ସଭାପତି ସମୂହଙ୍କ ସଭାପତି ଭାବେ ମନୋନୀତ କରାଯାଇଥିଲା । ସମବାୟ ବ୍ୟାଙ୍କର ବୃହତର ସ୍ୱାର୍ଥ ଦୃଷ୍ଟିରୁ ପ୍ରତ୍ୟେକ ସମିତିର ସମସ୍ୟାକୁ ମିଳିମିଶି ସମାଧାନ କରିବାକୁ ନିଷ୍ପତି ଗ୍ରହଣ କରା ଯିବା ସହିତ ପ୍ରତି ମାସରେ ସଭାପତି ସଂଘର ଭ୍ରାମ୍ୟମାଣ ବୈଠକ କରାଯାଇ ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ସ୍ଥିର ନିଷ୍ପତ୍ତି ଗ୍ରହଣ ହୋଇଥିବା ନିର୍ଦେଶକ ନିତ୍ୟାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.