ଅସ୍ତରଙ୍ଗ ୧୦/୦୮/ ଅସ୍ତରଙ୍ଗ ଶିକ୍ଷା ସର୍କଲ ଅଧିନ ସୁନ୍ଦରସ୍ଥିତ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ସୁରେନ୍ଦ୍ରନାଥ ବିଦ୍ୟାପୀଠକୁ ଅନୁଷ୍ଠାନର କିଛି ନ୍ୱେଷସ୍ୱାର୍ଥ ଗୋଷ୍ଠୀ ବଦନାମ କରିବା ପାଇଁ କିଛି ବର୍ଷ ଧରି ଚକ୍ରାନ୍ତ କରି ଆସୁଥିବା ସ୍ଥାନୀୟ ସରପଞ୍ଚ ଯଶୋବନ୍ତ ନାୟକ କହିଛନ୍ତି।ସେ ଆହୁରି କହିଛନ୍ତି ଯେଉଁ ମାନଙ୍କୁ ବିଦ୍ୟାପୀଠର ପ୍ରତିଷ୍ଠାତା ସ୍ବର୍ଗତ ସୁରେନ୍ଦ୍ର ନାଥ ନାୟକ ବିଦ୍ୟାପୀଠକୁ ଆଦର୍ଶ ଶିକ୍ଷାନୁଷ୍ଠାନ କରିବା ପାଇଁ ପରାମର୍ଶ ଦେଇ ଥିଲେ l କିନ୍ତୁ ଦୁର୍ଭାଗ୍ୟର କଥା ବିଦ୍ୟାପୀଠର ପ୍ରତିଷ୍ଠାତା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସୁରେନ୍ଦ୍ରଙ୍କ ଦେହାନ୍ତ ପରେ କିଛି ଚକ୍ରାନ୍ତ କାରି ଗୋଷ୍ଠୀ ହିନ ରାଜନୀତି କରି,ବିଦ୍ୟାଳୟ ପରିସରରେ ରୋଷେଇ କାର୍ଯ୍ୟରେ ବ୍ୟବହୃତ ପାଇଁ ଜାଳେଣି କାଠ ମହଜୁଦ ଥିବା ବେଳେ ଛାତ୍ର ଛାତ୍ରୀ ମାନେ ଖେଳ ସମୟରେ ସେହି ବାଟ ଦେଇ ଖେଳ ପଡିଆକୁ ଯିବା ବେଳେ କାଠ ତାଙ୍କ ଗୋଡ଼ରେ ବାଜି ସାମାନ୍ୟ ଆଘାତ ହୋଇଥିଲେ । ଛାତ୍ର ଛାତ୍ରୀ ମାନେ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନ ଜଣାଇ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ସମୟରେ ଚକ୍ରାନ୍ତକାରୀ ଗୋଷ୍ଠୀଙ୍କ ଦ୍ୱାରା ଫଟୋ ଉତ୍ତୋଳନ କରାଯାଇ ଖବର ଭାଇରାଲ କରାଗଲା,ଯେ ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ର ଛାତ୍ରୀଙ୍କୁ ଶାରୀରିକ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଘଟଣା ସମ୍ପର୍କରେ ସରପଞ୍ଚ ,ୱାର୍ଡ ସଭ୍ୟ ବିଜୟ କୁମାର ନାୟକ ଓ ସ୍ଥାନୀୟ ଅଭିଭାବକ ମାନେ ସତ୍ୟାସତ୍ୟ ଜାଣିବା ପାଇଁ ବିଦ୍ୟାପୀଠରେ ପହଞ୍ଚି, ଦେଖି ବାରେ ଜଣାପଡିଲା ଯେ ବିଦ୍ୟାପୀଠ କତ୍ତୃପକ୍ଷ ଛାତ୍ର ଛାତ୍ରୀ ମାନଙ୍କୁ ସେହି କାର୍ଯ୍ୟରେ ନିୟୋଜିତ କରି ନାହାଁନ୍ତି। ଛାତ୍ର ମାନେ ନିଜ ପକ୍ଷରୁ ନିଜେ ଜାଳେଣି କଠାକୁ ସ୍ଥାନାନ୍ତରିତ କରିଛନ୍ତି । ଏହି ହୀନ ଚକ୍ରାନ୍ତ କୁ ସରପଞ୍ଚ ,ୱାର୍ଡ ସଭ୍ୟ ସମେତ ଅଭିଭାବକ ମାନେ ଦୃଢ଼ ନିନ୍ଦା କରିବା ସହିତ ଚକ୍ରାନ୍ତକାରୀଙ୍କୁ ପରୋକ୍ଷରେ ଏଭଳି କାର୍ଯ୍ୟରୁ ନିବୃତ ରହିବା ପାଇଁ ପରାମର୍ଶ ଦେଇଥିଲେ । ସୁରେନ୍ଦ୍ର ନାଥ ବିଦ୍ୟାପୀଠ ଅସ୍ତରଙ୍ଗ ଶିକ୍ଷା ସର୍କଲରେ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଜଣା ଶୁଣା l ହେଲେ ଅନୁଷ୍ଠାନକୁ ବଦନାମ ନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଦେବାରେ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇ ପାରିଲେ ଶିକ୍ଷାନୁଷ୍ଠାନ ପାଇଁ ମଙ୍ଗଳ ହେବ ବୋଲି ୱାର୍ଡ ସଭ୍ୟ ବିଜୟ କୁମାର ନାୟକ କହିଛନ୍ତି ଓ ବଦନାମ କରିବାକୁ ଅପାଚେଷ୍ଟା କରୁଥିବା କର୍ମ ଚାରି ଙ୍କୁ ଅନ୍ୟତ୍ର ବଦଳି କରିବାକୁ ଅଭିଭାବକ ମହଲରେ ଦାବି ହେଉଥିବା ସ୍ଥଳେ,ଘଟଣା ପଛରେ କାହାର ହାତ ରହିଛି ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଫଟୋ ଭାଇରାଲ କରିଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଅଭିଭାବକ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନକୁ ଉଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.