ବିଜେପୁରରେ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜନ୍ମଜୟନ୍ତୀ ପାଳନ, ବିଧାୟକ ସନତ କୁମାର ଗଡତିଆ କଲେ ମାଲ୍ୟାର୍ପଣ

4

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ମଧ୍ୟପଡା ସ୍ଥିତ ‘ଗଙ୍ଗାଧର ଛକ’ରେ ଆଜି କବି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜନ୍ମଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ୯ ଅଗଷ୍ଟ ୧୮୬୨ ମସିହାରେ ବରପାଲି କବିପଡାରେ ଜନ୍ମ ନେଇଥିବା କବି ଗଙ୍ଗାଧରଙ୍କ ସ୍ମୃତିକୁ ଉଜାଗର କରିବା ପାଇଁ ପ୍ରତିବର୍ଷ ଏହି ଦିନରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ହୋଇଆସୁଛି।ସକାଳ ୧୦ଟାରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ କବିଙ୍କ ପ୍ରତିମାରେ ମାଲ୍ୟାର୍ପଣ କରି ସମ୍ମାନ ଜଣାଇଥିଲେ। ଏହି ଅବସରରେ ଗଙ୍ଗାଧର ମେହେର ସ୍ମୃତି କମିଟିର ଉପଦେଷ୍ଟା ଗୋବିନ୍ଦ ମେହେର, ହାରାଧନ ମେହେର, ଦୟାସାଗର ମେହେର, ପଞ୍ଚାନନ ମେହେର, ଯୁଧିଷ୍ଠିର ମେହେର, ସଭାପତି ଶିବ ମେହେର, ଉପସଭାପତି କମ୍ବୁପାଣି ମେହେର, ସମ୍ପାଦକ ବାହାଦୁର ମେହେର, ସହ-ସମ୍ପାଦକ ଅଭିମନ୍ୟୁ ମେହେର, କୋଷାଧ୍ୟକ୍ଷ ଶେଷ ମେହେର ସହିତ ଗିରିଧାରୀ ମେହେର, ଲେକୃ ମେହେର, ଉଦ୍ଧବ ମେହେର, ଗୋପାଳ ମେହେର, ମହେନ୍ଦ୍ର ମେହେର, ଲାଲ ବିହାରୀ ମେହେର, ଲମ୍ବୋଦର ମେହେର, କମଳ ମେହେର, ଜିତେନ୍ଦ୍ରୀୟ ମେହେର, ବେଣୁ ମେହେର, ବନମାଳୀ ମେହେର, ସୁରେଶ ମେହେର ଉପସ୍ଥିତ ଥିଲେ।
ଏହା ସହିତ କାଉନସିଲର ସମାରୀ ମେହେର, ତପସ୍ବିନୀ ମେହେର, ବିଷ୍ଣୁପ୍ରିୟା ମେହେର, ଗୀତା ମେହେର ଓ ଲକ୍ଷ୍ମୀ ମେହେରଙ୍କ ସମନ୍ୱୟରେ କାର୍ଯ୍ୟକ୍ରମଟି ସଫଳ ଭାବରେ ସମ୍ପନ୍ନ ହେଲା।ମଞ୍ଚରୁ ବକ୍ତାମାନେ କବି ଗଙ୍ଗାଧରଙ୍କ ସାହିତ୍ୟ ସାଧନା, ସମାଜସେବା ଓ ଉନ୍ନତ ମୂଲ୍ୟବୋଧ ସମ୍ପର୍କରେ ସ୍ମୃତିଚାରଣ କରି, ନୂଆ ପିଢ଼ୀଙ୍କୁ ସେଥିରୁ ପ୍ରେରଣା ନେବାକୁ ଆହ୍ୱାନ ଜଣାଇଥିଲେ।

Leave A Reply

Your email address will not be published.