(ଜେଆରଡି ଟାଟାଙ୍କ ୧୨୧ତମ ଜୟନ୍ତୀ ଉପଲକ୍ଷେ)
ଜେଆରଡି ଟାଟା ଭାବେ ପରିଚିତ ଜେହାଙ୍ଗୀର ରତନଜୀ ଦାଦାଭୋୟ ଟାଟା କେବଳ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି ନଥିଲେ, ବରଂ ଜଣେ ଦୂରଦ୍ରଷ୍ଟା ବ୍ୟକ୍ତିତ୍ୱ ଥିଲେ । ସେ ଏକ ଏକ ସମନ୍ୱିତ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ ଯେଉଁଠାରେ ପ୍ରକୃତିଏବଂ ମାନବସମାଜ ମିଳିତ ଭାବେ ବିକଶିତ ହୋଇପାରିବ । ଟାଟା ଗ୍ରୁପ୍ର ମାର୍ଗଦର୍ଶକ ଭାବେ ସେ ଜଣେ ସାଧାରଣ ବ୍ୟବସାୟିକ ଲିଡର୍ ଠାରୁ ଆଗକୁ ବଢ଼ି ଜଣେ ମାନବତାବାଦୀ ଭାବରେ ଭାରତର ସ୍ଥାୟୀ ବିକାଶ, ସାମାଜିକ ସମାନତା ଏବଂ ଅନ୍ତର୍ଭୁକ୍ତୀକରଣ ବିକାଶର ମାର୍ଗ ପ୍ରଶସ୍ତ କରିଥିଲେ ।
ଯେତେବେଳେ ଦୀର୍ଘସ୍ଥାୟୀତ୍ୱ ଏକ ପ୍ରଚଳିତ ଶବ୍ଦ ମଧ୍ୟ ନଥିଲା ସେତେବେଳେ ଜେଆରଡି ଏହାର ମୂଳ ଭାବନାକୁ ଜୀବନ୍ତ କରିଥିଲେ ଏବଂ ପରିବେଶ ସଚେତନତା, ନୈତିକ ନେତୃତ୍ୱ ଏବଂ ସମାଜ କୈନ୍ଦ୍ରୀକ ପ୍ରଥାକୁ ଟାଟା ସଂସ୍କୃତିରେ ଅବସ୍ଥାପନ କରିଥିଲେ । ଜେଆରଡି ଟାଟା ବିଶ୍ୱାସ କରୁଥିଲେ ଯେ ପ୍ରକୃତ ଔଦ୍ୟୋଗିକ ଉନ୍ନତି ପରିବେଶ ଏବଂ ସାମାଜିକ ଦାୟିତ୍ୱରୁ ଅଲଗା ହୋଇପାରିବ ନାହିଁ । ଏହି ବିଶ୍ୱାସ ତାଙ୍କ ଅନେକ ପ୍ରୟାସରେ ପ୍ରକାଶ ପାଇଥିଲା ତଥାସେହି ସମୟରେ ଅନ୍ୟମାନଙ୍କ ଚିନ୍ତାଧାରାକୁ ଅତିକ୍ରମ କରିଥିଲା । ଉଦାହରଣ ସ୍ୱରୂପ ପୁଣେ ସ୍ଥିତ ଟାଟା ମୋଟର୍ସ କାରଖାନାରେ ୨୪୫ ଏକର ଆର୍ଦ୍ରଭୂମି, ବର୍ଷା ଜଳଅମଳ ପ୍ରଣାଳୀ ଏବଂ ସବୁଜ ବଳୟ ରହିଥିଲା ଯାହା ଔଦ୍ୟୋଗିକ ବ୍ୟବସ୍ଥାରେ ପରିବେଶ ସନ୍ତୁଳନର ଏକ ଆଦର୍ଶ ପ୍ରତିଛବି ଥିଲା ।
ପରିବେଶ ସଚେତନତା ପ୍ରତି ତାଙ୍କର ପ୍ରତିବଦ୍ଧତା ୧୯୭୪ ମସିହାରେ ଟାଟା ଇଣ୍ଡିଆ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ (ଟେରି) ପ୍ରତିଷ୍ଠା ସହିତ ଅଧିକ ବ୍ୟାପକ ରୂପ ନେଇଥିଲ । ଯେତେବେଳେ ଅନ୍ୟ କେହି ଏହା ବିଷୟରେ ଚିନ୍ତା କରୁ ନଥିଲେ ସେହି ସମୟରେ ତାହା ଅକ୍ଷୟ ଶକ୍ତି ଏବଂ ଜଳବାୟୁ ପରିବର୍ତନ ଉପରେ କେନ୍ଦ୍ରିତ ଥିଲା । ତାଙ୍କର ଦୃଷ୍ଟିକୋଣ ଶିକ୍ଷା ଏବଂ ସାମାଜିକ ସଶକ୍ତିକରଣ ପର୍ଯ୍ୟନ୍ତ ବ୍ୟାପିଥିଲା । ଫଳସ୍ୱରୂପ ଟାଟା ଇନ୍ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍ ଏବଂ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍ ଭଳି ଅନେକ ଅନୁଷ୍ଠାନ ସ୍ଥାପନ ହୋଇଥିଲା । ଶିକ୍ଷାଗତ ଉକôର୍ଷକୁ ସାମାଜିକ ବାସ୍ତବତା ଏବଂ ଜାତୀୟ ଆବଶ୍ୟକତା ସହିତ ସମନ୍ୱିତ କରି ସେହି ଅନୁଷ୍ଠାନଗୁଡ଼ିକୁ ଗଠନ କରାଯାଇଥିଲା ।
ଏକଦା ଏକ କାରଖାନା ପରିଦର୍ଶନ ସମୟରେ ସେ ସୁରକ୍ଷା ସ୍ଥିତି ଦେଖିବା ପରେ ତୁରନ୍ତ ଭିତିଭୂମିରେ ଉନ୍ନତି କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଆନୁଷ୍ଠାନିକ ନିୟମ ପ୍ରଣୟନ ହେବା ପୂର୍ବରୁ ସେ ସେଭଳି ଚିନ୍ତା କରିପାରୁଥିଲେ । ଟାଟା ଷ୍ଟିଲରେ ସେ କର୍ମଚାରୀ କଲ୍ୟାଣ ପ୍ରଣାଳୀକୁ ମଜଭୁତ କରିଥିଲେ ।
ଜେଆରଡିଙ୍କ ରାଷ୍ଟ୍ର ନିର୍ମାଣର ଭାବନା ଅତ୍ୟନ୍ତ ବ୍ୟାପକ ଥିଲା । ୧୯୩୨ ମସିହାରେ ଭାରତର ପ୍ରଥମ ବାଣିଜ୍ୟିକ ବିମାନ ସେବା ପ୍ରତିଷ୍ଠାକରି ସେ କେବଳ ବିମାନ ଚଳାଚଳ ନୁହେଁ, ବରଂ ଦେଶର ଯୋଗାଯୋଗ, ଗର୍ବ ଏବଂ ବିଶ୍ୱ ମାନଚିତ୍ରରେ ଭାରତକୁ ସ୍ଥାପିତ କରିଥିଲେ ।
ଟାଟା ଷ୍ଟିଲରେ ଜେଆରଡି ଟାଟାଙ୍କ ଦୂରଦର୍ଶିତା ଏବେ ମଧ୍ୟ ପରିଲକ୍ଷିତ ହୁଏଏହାର ବିସ୍ତାର ଏବଂ ମୂଲ୍ୟବୋଧ ଉଭୟରେ ।ସେ ବିଶ୍ୱସ୍ତରୀୟ ସହଯୋଗ ଏବଂ ପ୍ରଯୁକ୍ତିଗତ ବିକାଶକୁ ପ୍ରୋତ୍ସାହିତ କରୁଥିଲେ ଏବଂ ସର୍ବଦା ଭବିଷ୍ୟତକୁ ଦୃଷ୍ଟିରେ ରଖି ଚିନ୍ତା କରୁଥିଲେ । ସେ ଜାଣିଥିଲେ ଯେ ନବସୃଜନ ଏବଂ ଦକ୍ଷତା ବିକାଶ ପ୍ରତିଯୋଗିତା ଏବଂ ଦୀର୍ଘସ୍ଥାୟୀତ୍ୱ ପାଇଁ ଅତ୍ୟାବଶ୍ୟକ । ଅର୍ଥନୈତିକ ମନ୍ଦାବସ୍ଥା ବେଳେ ସେ ହ୍ରାସବୃଦ୍ଧି ପରିବର୍ତେ ଦୀର୍ଘମିଆଦୀ ଜାତୀୟ ଆବଶ୍ୟକତା ଉପରେ ଧ୍ୟାନ ଦେବାକୁ କହିଥିଲେ । ସେହି ନୀତି ଆଜି ମଧ୍ୟ କମ୍ପାନିର ରଣନୀତିକୁ ପରିଚାଳିତ କରୁଛି ।
ତାଙ୍କର ପଦ୍ଧତି ଥିଲା ସୁଚିନ୍ତିତ, ନୀତିନିଷ୍ଠ ଏବଂ ଦୂରଦୃଷ୍ଟିସମ୍ପନ୍ନ । ଟାଟା ଷ୍ଟିଲର ଅଭିବୃଦ୍ଧି ଭାରତର ଉନ୍ନତି ସହିତ ଜଡ଼ିତ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା ।
ତାଙ୍କର ସହାନୁଭୂତି କେବଳ କର୍ମଚାରୀମାନଙ୍କ ପର୍ଯ୍ୟନ୍ତ ସୀମିତ ନଥିଲା ବରଂ ଟାଟାର କାର୍ଯ୍ୟକ୍ଷେତ୍ରଗୁଡ଼ିକରଚାରିପାଖର ସମାଜ ପର୍ଯ୍ୟନ୍ତ ବ୍ୟାପିଥିଲା । ସେ ସ୍ୱାସ୍ଥ୍ୟ, ଆବାସ, ଶିକ୍ଷା ଏବଂ ସ୍ୱାସ୍ଥ୍ୟଗତ ପ୍ରକଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିଥିଲେ ଯାହା ବର୍ତମାନ ସମୟର ସିଏସ୍ଆର୍ (କର୍ପୋରେଟ ସାମାଜିକ ଦାୟିତ୍ୱବୋଧର ମୂଳଦୁଆ ପକାଇଥିଲା ।
ଜେଆରଡି ଜାତୀୟ ସଂସ୍କୃତି ପ୍ରତି ସମାନ ଭାବେ ପ୍ରତିବଦ୍ଧ ଥିଲେ । ନ୍ୟାସନାଲ ସେଂଟର ଫର ପରଫର୍ମିଂ ଆର୍ଟସ୍ (ଏନସିପିଏ) ଏବଂ ଅନ୍ୟାନ୍ୟ କଳାତ୍ମକ ପ୍ରୟାସଗୁଡ଼ିକୁ ତାଙ୍କ ସମର୍ଥନ ଥିଲା ତାହା ପ୍ରମାଣିତ କରେ ଯେ, ସେ କେବଳ ବିକାଶ ନୁହେଁ, ସାଂସ୍କୃତିକ ସମୃଦ୍ଧିକୁ ମଧ୍ୟ ସମାନ ଗୁରୁତ୍ୱ ଦେଉଥିଲେ ।
ଜେଆରଡି ଟାଟାଙ୍କ ନେତୃତ୍ୱରେ ଟାଟା ଆଣ୍ଡ ସନ୍ସ୍ ୧୪ରୁ ୯୫ଟି କମ୍ପାନିରେ ପରିଣତ ହୋଇଥିଲା ଏବଂ ଗ୍ରୁପ୍ର ସମ୍ପତିି ପ୍ରାୟ ୧୦୦ ନିୟୁତ ଡଲାରରୁ ଅଧିକ ହୋଇ ୫୦୦ କୋଟି ଡଲାରରେ ପହଂଚିିଥିଲା । କିନ୍ତୁ ସଂଖ୍ୟାଗୁଡ଼ିକ ଠାରୁ ଅଧିକ ଥିଲା ତାଙ୍କ ଦ୍ୱାରା ସୃଷ୍ଟି ମୂଲ୍ୟବୋଧ ଯଥା ସହାନୁଭୂତି, ଦୂରଦୃଷ୍ଟି ଏବଂ ସଚ୍ଚୋଟତା । ସେହି ମୂଲ୍ୟବୋଧ ତାଙ୍କ ଶତ ବାର୍ଷିକୀକୁ ବ୍ୟାଖ୍ୟା କରୁଛି ।
ସେ କେବଳ ଏକ ଶିଳ୍ପସାମ୍ରାଜ୍ୟ ନିର୍ମାଣ କରିନଥିଲେ ବରଂ ଏକ ଦାୟିତ୍ୱଶୀଳ, ଅନ୍ତର୍ଭୁକ୍ତୀକରଣ ଏବଂ ସ୍ଥାୟୀ ବିକାଶର ପ୍ରଣାଳୀ ଗଠନ କରିଥିଲେ । ଆଜି ଯେତେବେଳେ ସଂଗଠନଗୁଡ଼ିକ “ଏକକ’ ଦୃଷ୍ଟିକୋଣକୁ ଗ୍ରହଣ କରୁଛନ୍ତି ତାଙ୍କ ଦର୍ଶନ ଆମକୁ ସ୍ମରଣ କରାଉଛି ଯେ ସତ୍ୟ ନେତୃତ୍ୱ ହେଉଛି ଲକ୍ଷ୍ୟ ଏବଂ କାର୍ଯ୍ୟକୁ ସମାନ୍ତରାଳ କରିବା ଏବଂ ନିଶ୍ଚିତ କରିବା ଯେ ବିକାଶର ଲାଭ ସମସ୍ତଙ୍କ ପାଖରେ ପହଂଚିବା ଦରକାର ।
ଜେଆରଡି ଟାଟାଙ୍କ ଜୀବନ ଆଜି ମଧ୍ୟ ପିଢ଼ି ପରେପିଢ଼ି ଧରି ଦୀର୍ଘମିଆଦୀ ଚିନ୍ତା କରିବା, ନୈତିକ ଭାବେ କାର୍ଯ୍ୟ କରିବା ଏବଂ ସହାନୁଭୂତି ସହିତ ନେତୃତ୍ୱ ନେବାକୁ ପ୍ରେରଣା ଦେଇଚାଲିଛି, କାରଣ ଏହାହିଁ ସତ୍ୟରସହ ସମନ୍ୱିତ ଭବିଷ୍ୟତର ଏକମାତ୍ର ପଥ ।