ଲକ୍ଷାଧିକ ଟଙ୍କାର କପା ପୋଡ଼ି ନଷ୍ଟ 

0

ନୂଆପଡା /ପ୍ରିୟବ୍ରତ ପଣ୍ଡା ,ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ଼ ପଞ୍ଚାୟତର ଗୋହିରା ପଦର ଗାଁର ନେହେରୁ କାଣ୍ଡଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପା ପୋଡ଼ି ନଷ୍ଟ ହୋଇ ଯାଇଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ ବୁଧବାର ଭୋର ସମୟରେ କୌଣସି କାରଣ ବସତଃ ନେହେରୁ କାଣ୍ଡଙ୍କ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଧିରେ ଧିରେ ପ୍ରସାରିତ ହୋଇ ପଡ଼ୋଶୀ ତେଜରାମ ବାଗଙ୍କର ୧୫ରୁ ୧୭ କୁଇଣ୍ଟାଲ କପା ପୋଡ଼ି ଛାରଖାର କରିଦେଲା। ଏହାସହ ନେହେରୁ କାଣ୍ଡଙ୍କର ଘର ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଛି। ଘରେ ଥିବା ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତହସିଲଦାରଙ୍କର ନିର୍ଦ୍ଦେଶ କ୍ରମେ ଆର୍‌ଆଇ ଆସି କ୍ଷୟକ୍ଷତି ଆକଳନ କରିଥିଲେ।

 

Leave A Reply

Your email address will not be published.