୨୨ ଦିନରେ ଚଞ୍ଚଲଙ୍କୁ ବଦଳି; ଦିବ୍ୟ ଜ୍ୟୋତି ନୂଆ କଲେକ୍ଟର

0 2

ପୁରୀ, (ଅନିମେଶ ପଟ୍ଟନାୟକ): ନାଟକୀୟ ଢଙ୍ଗରେ ପୁଣି ବଦଳିଲେ ପୁରୀ ଜିଲ୍ଲାପାଳ। ୨୨ ଦିନର କାର୍ଯ୍ୟକାଳ ପରେ ବର୍ତ୍ତମାନର କଲେକ୍ଟର ଚଞ୍ଚଳ ରାଣାଙ୍କୁ ଭୂବନେଶ୍ବର ବଦଳି କରାଯାଇଛି । ଯାହା ପୁରୀ ଜିଲ୍ଲା ଇତିହାସରେ କଲେକ୍ଟରଙ୍କ ସବୁଠାରୁ କମ ଦିନର କାର୍ଯ୍ୟକାଳ । ତାଙ୍କୁ ଭୂବନେଶ୍ବର ମୁନିସପାଲ କର୍ପୋରେସନରେ କମିଶନର ଭାବେ ନୂଆ ଦାୟିତ୍ବରେ ଅବସ୍ଥାପିତ କରାଯାଇଛି । ଗତ ମାସରେ ଘଟିଥିବା ରଥଯାତ୍ରାର ଦୁଃଖଦ ଦଳାଚକଟା ଘଟଣା ପରେ ପୁରୀର ଦାୟିତ୍ବ ନେଇଥିଲେ ଶ୍ରୀ ରାଣା । ସେ ବାହୁଡା ଓ ସୁନାବେଶ ଯାତ୍ରାକୁ ସୁରୁଖୁରୁରେ ଶେଷ କରିଥିଲେ ।

ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଦିବ୍ୟ ଜ୍ୟୋତି ପରିଡାଙ୍କୁ ପୁରୀର ନୂତନ କଲେକ୍ଟର ଏବଂ ଡିଏମ୍ ଭାବରେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ, ଶ୍ରୀ ପରିଡା ଗଞ୍ଜାମ ଜିଲ୍ଲାର କଲେକ୍ଟର ଏବଂ ଡିଏମ୍ ଭାବରେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ପ୍ରଶାସନିକ ଦକ୍ଷତା ପାଇଁ ସେ ବେଶ ଜଣାଶୁଣା।

ବାରମ୍ବାର ପ୍ରଶାସନିକ ଅଦଳବଦଳ ସ୍ଥାନୀୟ ବାସିନ୍ଦା ଏବଂ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ଐତିହ୍ୟ ସମୃଦ୍ଧ ଏବଂ ତୀର୍ଥଯାତ୍ରୀ ବହୁଳ ପୁରୀ ଜିଲ୍ଲାରେ ଶାସନ ସ୍ଥିରତା ନେଇ ପ୍ରଶ୍ନ ଉଠାଇଛି।

Leave A Reply

Your email address will not be published.