ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା : ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପୋକସୋ କୋର୍ଟ

0 1

ଭୁବନେଶ୍ୱର/ଶାସକ ପ୍ରଶାସକ : ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି କଟକ, ସ୍ୱତନ୍ତ୍ର POCSO କୋର୍ଟ, ବିଚାରପତି ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦,୦୦୦ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅଭିଯୁକ୍ତ ହେଉଛନ୍ତି, ବାରଙ୍ଗ ଅଞ୍ଚଳର ଅଭିଯୁକ୍ତ କୈଳାସ ସୁନାର।
ମାମଲା ବିବରଣୀ ଅନୁଯାୟୀ, ଗତ ନଭେମ୍ବର ୨୦, ୨୦୨୪ରେ ବାରଙ୍ଗ ଥାନାରେ ଏହି ମାମଲା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ କୈଳାସ ସୁନାର ପୀଡିତା ନାବାଳିକାଙ୍କୁ ଚକୋଲେଟ୍ ଦେଇ ପ୍ରଲୋଭିତ କରିବା ସହ ନରଣପୁରରେ ଥିବା ଏକ ଇଟା ଭାଟି ପରିସରରେ ଯୌନ ନିର୍ଯାତନା ଦେଇଥିଲା । ଏହା ସହ ଘଟଣା ସଂକ୍ରାନ୍ତରେ କାହା ସମ୍ମୁଖରେ ପ୍ରକାଶ ନ କରିବାକୁ ଧମକ ଦେଇଥିଲା। ତେବେ ଘଟଣା ସଂକ୍ରାନ୍ତରେ ନାବାଳିକା ଜଣକ ନିଜ ପିତାମାତାଙ୍କୁ ଜଣାଇଥିଲେ। ପରେ ଏ ସଂକ୍ରାନ୍ତରେ ନାବାଳିକାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 24 ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ସହ ପୀଡ଼ିତାଙ୍କୁ ତୁରନ୍ତ ଡାକ୍ତରୀ ପରୀକ୍ଷା ପାଇଁ ଶିଶୁ ଭବନ ଏବଂ କଟକର ଏସସିବି ମେଡିକାଲରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା।
ଭାରତୀୟ ନୂତନ ନ୍ୟାୟ ସଂହିତାର କଠୋର ଵିଧି ବ୍ୟବସ୍ଥା ଅନୁଯାୟୀ ଅଭିଯୁକ୍ତ ବିରୋଧରେ ତଦନ୍ତ କରାଯାଇ 15 ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରାଯାଇଥିଲା। ଏହା ସହ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା।

Leave A Reply

Your email address will not be published.