ଓଡ଼ଗାଁ ବ୍ଳକ୍ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ,ଓ କଦଳୀ ବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

0 1

ଓଡ଼ଗାଁ,୨୧।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ୍ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଓ କଦଳୀ ବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ଓ ରଘୁନାଥ ମଲିକଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ହତା ମଧ୍ୟରେ ବଉଳ, ଚମ୍ପା, ଅଁଳା, ବାଦାମ ବୃକ୍ଷରୋପଣ କରାଯାଇଛି। ବିମଳ ବାରିକ, ଲକ୍ଷ୍ମଣ ତ୍ରିପାଠୀ, ପ୍ରକୃତିବନ୍ଧୁ ଶିକ୍ଷକ ରଞ୍ଜନ କୁମାର ଦାଶ, ନିରଞ୍ଜନ ରଥ, ସ୍ୱାଗତିକା ମହାପାତ୍ର, ଚିନ୍ମୟ ସାଥୁଆ, ସଶ୍ମିତା ନାୟକ, ଗୌରାଙ୍ଗ ମୁଦୁଲି ଓ ଅନୁଜ ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ। ପୂର୍ବରୁ ଲଗାଯାଇଥିବା ଗଛ ଗୁଡିକ ବଞ୍ଚି ରହିଥିବା ପରି ଯତ୍ନର ସହିତ ଆଜିର ଗଛ ଗୁଡ଼ିକୁ ବଞ୍ଚାଇ ରଖିବାକୁ ସଭିଏଁ ଶପଥ ନେଇଥିଲେ । ସେହିପରି କଦଳୀ ବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ରଞ୍ଜନ କୁମାର ଦାଶ ଓ ଶିକ୍ଷିକା ରୀତା ପଣ୍ଡାଙ୍କ ତତ୍ବାବଧାନରେ ଛାତ୍ରଛାତ୍ରୀ ଓ ମା’ମାନଙ୍କ ସହଯୋଗରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଅଭିଭାବକ ମାନେ ଭୂୟସୀ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.