ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

0

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-, ଆଜି ଭଞ୍ଜନଗର ଟାଉନ୍ ହଲ୍ ଠାରେ ଭଞ୍ଜନଗର ସମ୍ବାଦ ସାହିତ୍ୟ ଘରର ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ସଭାପତି କୃତ୍ତିବାସ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମ ଓଡ଼ିଶା ଏବଂ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ ନାୟକ, ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ I ଏହି ଅବସରରେ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ସମସ୍ତ ମଞ୍ଚାସୀନ ଅତିଥିଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା I ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ତଥା ସାମ୍ବଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ଉପସଭାପତି ପ୍ରଭାତ ସାହୁ, ସହସମ୍ପାଦକ ସରୋଜ ଶତପଥି, କୋଷାଧକ୍ଷ ବିଭୂପାଦ ଜେନା,ସାମ୍ବାଦିକ ସୁଶାନ୍ତ କୁମାର ବେହେରା, ମାଧବ ଆପଟ,,ସୁରେଶ ସୁବୁଦ୍ଧି,ଶିବରାମ ଚୌଧୂରୀ,ପଞ୍ଚାନନ ସାହୁ,ପଞ୍ଚାନନ ନାୟକ,ପ୍ରଦୀପ କୁମାର ଚୌଧୂରୀ,ସଦାଶିବ ପାଣିଗ୍ରାହୀ,ସୂର୍ଯ୍ୟନାରାୟଣ ତ୍ରିପାଠୀ,ନବ କିଶୋର ମହାରଣା, ତୋଫାନ କୁମାର ସାହୁ ଏବଂ ବରିଷ୍ଠ ସାମ୍ବାଦିକ ମାଗୁଣି ମିଶ୍ର ଉପସ୍ଥିତ ରହି ମୁଖ୍ୟ ଅତିଥି ଶ୍ରୀ ପଟ୍ଟନନାୟକ ଏବଂ ଅନ୍ୟାନ୍ୟ ଅତିଥିଙ୍କୁ ସ୍ୱାଗତ କରିବା ସହ ସାମ୍ବାଦିକତାର ସ୍ଵଚ୍ଛତା ଏବଂ ନିରପେକ୍ଷତା ଉପରେ ଆଲୋଚନା କରିଥିଲେ I ଏହି ଅବସରରେ ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ତରଫରୁ ମଧ୍ୟ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଏବଂ ଗୋବରା ସମ୍ବାଦ ସାହିତ୍ୟ ଘର ସଦସ୍ୟ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସମ୍ମାନୀତ କରିଥିଲେ I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଉପସଭାପତି ମଧୁସୂଦନ ମହାପାତ୍ର,ସମ୍ପାଦକ କାଶୀନାଥ ସାହୁ,କୋଷାଧ୍ୟକ୍ଷ ଭାସ୍କର ପାତ୍ର,ଉପଦେଷ୍ଟା ଭି ଦେବୀ ପ୍ରସାଦ ପାତ୍ର,ବରିଷ୍ଠ ସଦସ୍ୟ ଅଜିତ ପଣ୍ଡା ଏବଂ ବେଲଗୁଣ୍ଠା ସାହିତ୍ୟ ଘର ସଦସ୍ୟ ଚନ୍ଦ୍ରମଣି ଲେଙ୍କା, ଶରତଚନ୍ଦ୍ର ଦାସ, ଶିଶିର କୁମାର ସ୍ୱାଇଁ, ସ୍ଥିତିପ୍ରଜ୍ଞା ମହାରଣା, ରାମକୃଷ୍ଣ ପାତ୍ର, ଦିବ୍ୟଲୋଚନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ I

Leave A Reply

Your email address will not be published.