ଷ୍ଟୁଡେଂଟ ପୁଲିସ କ୍ୟାଡେଟ ଗଠିତ  

0

ବାରିପଦା(Dillip Mohanty) ଆଇନ ପ୍ରତି ସମ୍ମାନ ଜଣାଇ ଏ ସମ୍ପର୍କିତ ଶିକ୍ଷା କରିବା ଓ ସେବା ପ୍ରଦାନ କରିବା ଲକ୍ଷ ନେଇ ମୟୂରଭଞ୍ଜ ଜିଲ୍ଲା ପୁଲିସ ପକ୍ଷରୁ ଗୁରୁବାର ବାରିପଦା ସ୍ଥିତ ଏମକେସି ହାଇସ୍କୁଲ ପରିସରରେ ଏକ ଷ୍ଟୁଡେଂଟ ପୁଲିସ କ୍ୟାଡେଟ ଗଠନ କରାଯାଇଛି । ଏମକେସି ହାଇସ୍କୁଲର ୨୨ ଜଣ ଛାତ୍ରୀ ଓ ୨୨ ଜଣ ଛାତ୍ର ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ୨୨ ଜଣ ଛାତ୍ରୀ ଓ ୨୨ ଜଣ ଛାତ୍ର ମୋଟ ୮୮ ଜଣଙ୍କୁ ନେଇ ଏହି ଷ୍ଟୁଡେଂଟ ପୁଲିସ କ୍ୟାଡେଟ ଗଠନ କରାଯାଇଛି । ଏହି ଅବସରରେ ଅନୁÂିତ କାର୍ଯ୍ୟକ୍ରମରେ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ସ୍ୱାଗତ ଭାଷଣ ଦେଇ ଏହି କ୍ୟଡେଟର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଯଥା,କରାଟେ ଶିକ୍ଷା,ଯୋଗ ଶିକ୍ଷା ଆଦି ପ୍ରଦାନ କରାଯିବ । ପୋଲିସ ସେବା ସମ୍ପର୍କିତ ସମସ୍ତ ସୂଚନା ଏହି ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବ । ଏହାଛଡା ଏହି କାଡେଟମାନେ କିପରି ଭାବେ ଶାରୀରିକ,ମାନସିକ,ସାମାଜିକ କ୍ଷେତ୍ରରେ ନିଜକୁ ଉନ୍ନତ କରାଇ ପାରିବେ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହାସହିତ ଏହି ପିଲାମାନେ ଶୃଙ୍ଖଳା ରକ୍ଷା କରିପାରିବା ସହ ସମାଜର ଅସହାୟ ଲୋକମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିପାରିବେ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି ଅବସରରେ ଉକ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ  ଡ୍ରେସ ପ୍ରଦାନ  କରାଯିବା ସହିତ ଲିଖିତ ପରିକ୍ଷାରେ ୫ପ୍ରତିଶତ ଗ୍ରେସ ମାର୍କ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଏସପି ଅବିନାଶ କୁମାର ଅଧ୍ୟକ୍ଷତା କରିଥିବା ବେଳେ ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି,ଏସଡିସି ଚେୟାରମେନ ଡା.ଦେବାଶିଷ ମାର୍ଣ୍ଡି,ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୃବ ଚରଣ ବେହେରା, ବାରିପଦା ନଗରପାଳ ବବିତା ଦାସ, ଏମକେସି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଡ.ପ୍ରଜ୍ଞା ପାରମିତା ଜେନା, ବାରିପଦା ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ ମହାନ୍ତି, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରବୀର କୁମାର ବସା ଏବଂ ଏସଭିଏସ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । 

Leave A Reply

Your email address will not be published.