କାଶୀପୁର ରୁ ବୈକୁଣ୍ଠ ଦୁରିଆ -ବାଲେଶ୍ବର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ରେ ଜଣେ ଅଧ୍ୟପକ ଯୌନଆବେଦନ ଓ ନିର୍ଯ୍ୟାତନା ବିରୋଧରେ କଂଗ୍ରେସ ପକ୍ଷରୁ ଗୁରୁବାର ଓଡିଶା ବନ୍ଦ ଡାକରା ଦିଆଯାଇଛି। କାଶୀପୁର ବ୍ଲକ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖୁବାକୁ ମିଳିଛି । ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଦୋକାନ ବଜାର ସ୍ବତଃପ୍ରବୃତ ଭାବେ ବନ୍ଦ ରହିଥିବା ବେଳେ କଂଗ୍ରେସ ନେତା ଓ କର୍ମୀ ରାସ୍ତା ବନ୍ଦ କରିବା ଦେଖିବାକୁ ମିଳିଥିଲା । ରାସ୍ତା ଉପରେ ଗାଡି ଅଟକି ରହିଛି। ଗୁରୁବାର ସକାଳ ୬ ରୁ. ସନ୍ଧ୍ୟା ୬ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ୧୨ ଘଂଟିଆ ବନ୍ଦ ପାଳନ କାର୍ଯ୍ୟକ୍ରମ ରହିଅଛି। ସମସ୍ତ ସ୍କୁଲ, କଲେଜ,ସରକାରୀ,ବ୍ୟାଙ୍କ, ପୋଷ୍ଟ ଅଫିସ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି ।
ଛାତ୍ରୀଙ୍କ ମୃତ୍ୟୁର ନ୍ୟାୟ ତଦନ୍ତ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ କଂଗ୍ରେସ ଆନ୍ଦୋଳନ କରୁଛି ।ଏହି ବନ୍ଦ ଡାକରାରେ ଜିଲ୍ଲା କଂଗ୍ରେସ ଏସିସେଲ ସଭାପତି ରାଜେନ୍ଦ୍ର ଦୁରିଆ ଓ କାଶୀପୁର ଯୁବ କଂଗ୍ରେସ ସଭାପତି ଜୋସେପ ଖୋସଲା ଏବଂ ବ୍ଲକ ସଭାପତି ଅଙ୍ଗଦ ନାଏକ, ନୀଳକଣ୍ଠ ଝୋଡ଼ିଆ, ବିଦ୍ୟା ଚୌଧୁରୀ, ଅର୍ଜି ମାଝୀ, ତ୍ରିପତି ଝୋଡ଼ିଆ, ମଦୁ ଝୋଡ଼ିଆ, ବିଜୁ ମହାନ୍ତି, ଜ୍ୟୋତି ଚୌଧୁରୀ, ଲଷ୍ମୀଧର ବାଘ, କର୍ଣ୍ଣ ଝୋଡ଼ିଆ, ମଙ୍ଗୁଲୁ ବାଘ, ପ୍ରତାପ ଖରା, ଜାବେଶ ଖୋସଲା, ଅତୁଳ ଖୋସଲା, ଏମପି ରିପ୍ରେଯେଣ୍ଟ ସାନ୍ଧୁ ମାଝୀ, ବିପ୍ର ପୂଜାରୀ, ଗୋପାଳ ସାହୁ ପ୍ରମୁଖ ସାମିଲ ହୋଇ କାଶୀପୁର ବ୍ଲକ ବନ୍ଦ କୁ ସମ୍ପୂର୍ଣ୍ଣ ସଫଳ କରିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କାଶୀପୁର ବ୍ଲକ ର ଯେଉଁ ଯେଉଁ ସ୍ଥାନରେ ଓଡିଶା ବନ୍ଦ ଡାକରା ଦେଇଛନ୍ତି ସେହି ସ୍ଥାନରେ କାଶୀପୁର , ଟିକିରି, ଦୋରାଗୁଡା, ଅଣ୍ଡରକାଞ୍ଚ ପୋଲିସ ପକ୍ଷରୁ ମୁତାୟାନ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post