ପଦ୍ମପୁର :- ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ କଂଗ୍ରେସ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରା ରେ ସମଗ୍ର ଓଡିଶା ବନ୍ଦ ରହିଥିବା ବେଳେ ଆଜି ପଦ୍ମପୁର ରେ ତାହାର ପ୍ରଭାବ ଦେଖିବାକୁ ମିଳିଛି। ସହର ର ସ୍କୁଲ କଲେଜ ଦୋକାନ ବଜାର ତଥା ଯାନ ବାହାନ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି। ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ଙ୍କ ନେତୃତ୍ଵରେ ଭେଁଉରିଆ ଛକଠାରେ ସନ୍ତୋଷ ଶତପଥୀ, ମନୋରଞ୍ଜନ ସିଂ ବରିହା, ମୁଜାଫର ହୁସେନ୍, ଅନିଲ ଅଗ୍ରୱାଲ, ପ୍ରଦୀପ ସାହୁ, ପିଣ୍ଟୁ ନାଥ, କାହ୍ନୁ ଚରଣ ସାହୁ ଙ୍କ ସମେତ କଂଗ୍ରେସ କର୍ମୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।
Sign in
Sign in
Recover your password.
A password will be e-mailed to you.