ଟିଟିଲାଗଡ:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ସବଡିଭିଜନ ଯାହାର ଅନ୍ୟ ନାମ ତତଲାଗଡ, ଏହି ଅଞ୍ଚଳ ରେ ଚାଷ କାର୍ଯ୍ୟ ପାଇଁ ଜଳସେଚନ ର ସୁବିଧା ନଥିବାରୁ ଏଠିକାର ଚାଷୀ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କରିଥାନ୍ତି ଏବଂ ଚାଷ କାର୍ଯ୍ୟ ପରେ ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥାନ୍ତି, ବର୍ତ୍ତମାନ ଏହି ଚାଷ ସମୟରେ ବାନ୍ଦୁପଲା ଗ୍ରାମପଞ୍ଚାୟତର ଅନ୍ତର୍ଗତ ଦେଶିଲ ଗ୍ରାମର କିଛି ଚାଷୀ,ଚାଷ ପାଇଁ ଟିଟିଲାଗଡ ର ହିନ୍ଦୁସ୍ଥାନ ସିଡସ୍ ପ୍ରା.ଲି. ଏବଂ ଜିତୁ ସାର ଓ ବିହନ ଦୋକାନ ରୁ ବିହନ ଆଣି ନିଜ ଜମିରେ ବୁଣିଥିଲେ କିନ୍ତୁ ତାହା ପ୍ରାୟ ମାସ ମାସ ସମୟ ବିତିଯାଇଥିଲେ ମଧ୍ୟ ଧାନ ଅଙ୍କୁରିତ ହୋଇନଥିବା ମିଡ଼ିଆ ସାମନାରେ ଅଭିଯୋଗ ଆଣିଥିଲେ । ଟିଟିଲାଗଡ ସହକାରୀ କୃଷି ଅଧିକାରୀ ଶ୍ରୀଯୁକ୍ତ ହ୍ରିତିକ୍ ରାଏ ଏ ବିଷୟରେ ଅବଗତ ହେଲାପରେ ସମସ୍ତ ବିଷୟବସ୍ତୁ ତଦାରଖ କରି ଜାଣିଲେ ଯେ ତାହା ସତ୍ୟ ଏବଂ ସଂପୃକ୍ତ ଦୋକାନୀ ମାନଙ୍କ ଠାରୁ ବିହନ ଯୋଗାଇ ଦେଇଥିଲେ । ଉତ୍କଳ ମେଲ୍ ପ୍ରତିନିଧି ଓ ଶାସକ ପ୍ରଶାସକ ପ୍ରତିନିଧି କୃଷି ଅଧିକାରୀଙ୍କୁ ସାକ୍ଷାତ କରି ଉକ୍ତ ଚାଷୀମାନଙ୍କ ଘଟଣା ବିଷୟରେ ପଚାରିବାରୁ ଚାଷୀମାନଙ୍କୁ ବିହନ,ସାର, କୀଟ ନାଶକ ଏବଂ ଆର୍ଥିକ ସହାୟତା ସମ୍ପୃକ୍ତ ଦୋକାନୀ ମାନେ କରିବେ ବୋଲି କହିଥିଲେ କିନ୍ତୁ ଦୋକାନୀ ମାନଙ୍କୁ ଏ ବିଷୟରେ ପଚାରିବାରୁ ସେମାନେ ବିହନ ଛଡ଼ା ଅନ୍ୟ କୌଣସି ସହାୟତା କରିବେ ନାହିଁ ବୋଲି ସିଧାସଳଖ ମନା କରିଛନ୍ତି। ବର୍ତ୍ତମାନ କୃଷି ଅଧିକାରୀଙ୍କ କହିବା କଥା କେବେ ସିଦ୍ଧ ହେଉଛି ନା ଚାଷୀ ମାନଙ୍କୁ ଭୂଆ ଭୁଲାଇ ଦୋକାନୀ ମାନଙ୍କୁ ବଞ୍ଚାଇବାକୁ ଚାହୁଛନ୍ତି ନା ଚାଷୀ ମାନଙ୍କୁ ସହାୟତା ଯୋଗେଇବେ ତାହା ଦେଖିବାକୁ ବାକି ରହିଲା।
Sign in
Sign in
Recover your password.
A password will be e-mailed to you.