ସୁନାରେ ସଜେଇ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦୁର୍ଲଭ ଦୃଶ୍ୟକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଗହଲି

3

ବେଲଗୁଣ୍ଠା-: (ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବିଭୂଷିତରଥରୂଢ଼ଚତୁର୍ଦ୍ଧାମୂର୍ତ୍ତି ବେଲଗୁଣ୍ଠାବଡ଼ଦାଣ୍ଡ ଓ ବାଲିଡ଼ି ଜଗନ୍ନାଥ ମହାପ୍ରଭୁଭକ୍ତଙ୍କୁ କଳ୍କୀ ରୂପରେ ସୁନାବେଶରେ ସଜ୍ଜିତ ହୋଇ ଦର୍ଶନ ଦେଇଛନ୍ତି। ହରିଶୟନ ଏକାଦଶୀ ସହିତ ପ୍ରଭୁଙ୍କ ସୁନା ବେଶର ଅପୂର୍ବ ଲୀଳା ସୁଯୋଗକୁ ହାତଛଡ଼ା ନ କରି ସକାଳୁ ସନ୍ଧ୍ୟା ଯାଏ ମହିଳାମାନେ ପ୍ରଭୁଙ୍କଠାରେ ପୂଜାର୍ଚ୍ଚନା କରିବା ସହିତ ଉପବାସ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଥିଲା। ସମସ୍ତ ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବାବେଳେ ସନ୍ଧ୍ୟାରେ ପ୍ରଭୁଙ୍କ ନିକଟରେ ୧୦୮ ଆଳତି କାର୍ଯ୍ୟକ୍ରମରେ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ସେହିଭଳି ବଡ଼ ଦାଣ୍ଡସ୍ଥିତ ପ୍ରଭୁଙ୍କ ରଥ ସାମ୍ନାରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଳମ୍ୱିତ ରାତି ଯାଏ । ଭଜନ କାର୍ଯ୍ୟକ୍ରମକୁ ଭକ୍ତମାନେ ଉପଭୋଗ କରିଥିଲେ।ଭଜନ କାର୍ଯ୍ୟକ୍ରମକୁ ଅଜିତ କୁମାର ପଣ୍ଡା ସଂଯୋଜନା କରିଥିଲେ । ମଙ୍ଗଳବାର ଦିନ ପ୍ରଭୁ ରନ୍‌ସିଂହାସନକୁ ବିଜେ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି

Leave A Reply

Your email address will not be published.