ଅସ୍ତରଙ୍ଗ: ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ବେଳାଭୂମି ହାଇ ସ୍କୁଲ ପରିସରରେ ସୋମ ବାର ଦିନ 76 ତମ ବନ ମହୋତ୍ସବ ପାଳିତ ହୋଇ ଯାଇ ଅଛି l ଏହି କାର୍ଯ୍ୟକ୍ରମ କୁ ଅସ୍ତରଙ୍ଗ ରେଞ୍ଜର ମୋନାଲିଶା ମହାପାତ୍ର, ବରିଷ୍ଠ ସାମ୍ବାଦିକ ଦୁଃସାଶନ ନାୟକ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସ୍ୱାଇଁ ବୃକ୍ଷ ରୋପଣ କରି ଉଦ୍ଘାଟନ କରିଥିଲେ l ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବୃକ୍ଷ ରୋପଣ ରେ ଭଗ ନେବାସହ ବୃକ୍ଷ ହିଁ ଜୀବନ ଭଳି ଆଦି ନାରା ଦେବା ସହ,ବୃକ୍ଷ ରୋପଣ ଆଦିର ବିଭିର୍ଣ୍ଣ ପ୍ଲାକାର୍ଡ ଧରି ରାଲି ଦ୍ଵାରା ସଚେତନତା କରି ଥିଲେ l ଏହି କାର୍ଯ୍ୟକ୍ରମ ରେ ଫରେଷ୍ଟର କାଳିଚରଣ ମହାନ୍ତି, ଶିକ୍ଷକ ବିଜୟ ଭଟ, ସୁଧାଂସୁ ତ୍ରିପାଠୀ, ସନ୍ତୋଷ ଓଝା, ଶାନ୍ତନୁ ପ୍ରଧାନ, ପଦ୍ମନାଭ ଦାସ, ବିଦେଶୀ ବିଶ୍ୱାଳ, କେଦାର ଗୟା, ପ୍ରତାପ ନାୟକ,ବନରଖି ନିର୍ମଳେନ୍ଦୁ ଚାଟାର୍ଜି ସମେତ ସମସ୍ତ ଅତିଥି, ଛାତ୍ର ଛାତ୍ରୀ ବୃକ୍ଷ ରୋପଣ ରେ ଭାଗ ନଇଥିଲେ l ବେଳାଭୂମି ହାଇ ସ୍କୁଲ ଓ ତତ ସାଲଗ୍ନ ବିସ୍ତିର୍ଣ୍ଣ ପ୍ରାନ୍ତର ରେ ଝାଉଁ, କରଞ୍ଜ, ଲିମ୍ବ, ଉଇଁକିଲ ପଟାସ ସଶ ତାଳ ମୁଣ୍ଡିଆ ଆଦି 200 ଚାରା ରୋପଣ କରା ଯାଇ ଥିଲା l
Sign in
Sign in
Recover your password.
A password will be e-mailed to you.