ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ତନରଡ଼ା ସ୍ଥିତ ଆଇ.ଆର୍.ବି ବାଟାଲିୟନ ବା ଅଷ୍ଟମ ସ୍ବତନ୍ତ୍ର ଭାରତ ସଂରକ୍ଷିତ ବାହିନୀର ଯବାନ ଅଶୋକ କୁମାର ଦଣ୍ଡସେନା ଙ୍କୁ ଆମେରିକାର ବମିଂହାମ୍ ଠାରେ ଆୟୋଜିତ ଅର୍ନ୍ତଜାତୀୟ ପୁଲିସ୍ ଆଣ୍ଡ ଫାୟାର୍ କ୍ରୀଡ଼ା ପ୍ରତିଯୋଗିତା ୨୦୨୫ ରେ ପୁରୁଷ ବର୍ଗର ୫୦୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତି ରାଜ୍ୟପାଇଁ ଗୌରବ ଆଣିଛନ୍ତି। ଅନ୍ତର୍ଜତୀୟ ପୁଲିସ୍ କ୍ରୀଡ଼ା ଦୌଡ଼କୁଦ ପ୍ରତିଯୋଗିତାରେ ୪ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତ | ସେ ଭାରତ ପକ୍ଷରୁ ପ୍ରତିଯୋଗିତାରେ ଭାଗ ନେଇ ଆମେରିକା ବର୍ମିହାମ୍ରେ ଲଗାତାର ୮ ଶହ, ୧୫ ଶହ, ୫ ହଜାର ଓ ୧୦ ହଜାର ମିଟର ଦୌଡ଼ରେ ଭାରତ ପାଇଁ ସ୍ଵର୍ଣ୍ଣପଦକ ଜିତିଥିବା ବାଟାଲିଆନ୍ ପକ୍ଷରୁ ନିୟନ୍ତ୍ରଣ କକ୍ଷ ଅଧିକାରୀ ପ୍ରହଲ୍ଲାଦ ରାଉତ ସୂଚନା ଦେଇଛନ୍ତି | ଶ୍ରୀ ଦଣ୍ଡସେନା ଆଗାମୀ ଦିନରେ ଏସୀୟ କ୍ରୀଡ଼ାରେ ଭାଗ ନେବେ ଓ ଏହାପରେ ଅଲିମ୍ପିକରେ ଖେଳିବେ ବୋଲି ପ୍ରକାଶ କରିଛନ୍ତି | ଭାରତ ପାଇଁ ସ୍ଵର୍ଣ୍ଣପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଦଣ୍ଡସେନାଙ୍କୁ ଟୁଇଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି | ତନରଡ଼ା ଅଷ୍ଟମ ବାଟାଲିୟନ୍ର ଦୁର୍ଗପତି ଶ୍ରୀମାନ ସୁଧାକର ମିଶ୍ର ଶ୍ରୀ ଦଣ୍ଡସେନାଙ୍କ ଏଭଳି ସଫଳତା ପାଇଁ ପ୍ରଶଂସା କରିବା ସହ ଆମ ବାଟାଲିୟନ ପାଇଁ ଏହା ଗର୍ବର ମୁହୂର୍ତ୍ତ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।|
Sign in
Sign in
Recover your password.
A password will be e-mailed to you.