ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୦୭/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଏକ ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଜିଲ୍ଲା ସଭାପତି ଶିବାନନ୍ଦ ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ରାଜ୍ୟ ସମ୍ପାଦକ ମହମ୍ମଦ ଜାବେଦ ଆଖତର ଯୋଗ ଦେଇଥିଲେ। ଶ୍ରୀ ଆଖତର ରାଜସ୍ବ କ୍ଷେତ୍ର ଅଧିକାରୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ।ଅତ୍ୟଧିକ କାର୍ଯ୍ୟଭାର ସହ ଅଣ ରାଜସ୍ବ କାର୍ଯ୍ୟ ଭାର ବୃଦ୍ଧି ନେଇ ଉଦବେଗ ପ୍ରକାଶ ପାଇଥିଲା।ବିସ4ସ କରି ଭିତ୍ତି ଭୂମି ର ଅଭାବ,ବିଦ୍ୟୁତ୍ ସଂଯୋଗ, ମୋବାଇଲ ଭତ୍ତା ଅନାଦେୟ,କାଗଜ ,କେଟ୍ରିଜ୍ ଭଳି ସାମଗ୍ରୀ ତଥା ଯାତାୟାତ ଭତ୍ତା ନେଇ ସମସ୍ୟା ରହିଥିବା କହିବା ସହ ରାଜ୍ୟ ସ୍ତରୀୟ ଦାବୀ ଉପରେ କହିଥିଲେ। ବୈଠକ ରେ ଭୁବନେଶ୍ୱର ମହା ନଗର ନିଗମ ର ବରିଷ୍ଠ ଓଏଏସ ଅଧିକାରୀ ରତ୍ନାକର ସାହୁ ଙ୍କ ଉପରେ ହୋଇଥିବା ଆକ୍ରମଣକୁ ସଂଘ ତରଫରୁ ନିନ୍ଦା କରାଯାଇଥିଲା। ରାଜ୍ୟ ଡିଜିଟାଲ ରାଜସ୍ବ ସେବା ନିୟମ ୨୦ ର ଉଲ୍ଲଂଘନ କରି ତହସିଲଦାର ମାନଙ୍କ ଦ୍ଵାରା ଘନ ଘନ ବଦଳି ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକୁ ତହସିଲ ସଂଘ ମାନଙ୍କ ଦ୍ଵାରା ସଂଗ୍ରହ କରାଯାଇ ଜିଲ୍ଲା ସଂଘ କୁ ଅବଗତ କରାଯିବା ନେଇ ନିଷ୍ପତି ଗ୍ରହଣ କରାଯାଇଥିଲା। ଜିଲ୍ଲା ର ସମସ୍ତ ରାଜସ୍ୱ ମଣ୍ଡଳ କାର୍ଯ୍ୟାଳୟ ରେ ଗ୍ରୁପ ଡି ପିଅନ ପୋଷ୍ଟ ଶୀଘ୍ର ପୂରଣ,ତହସିଲ ସ୍ତରୀୟ ଶାଖା ଗଠନ, ଜିଲ୍ଲାରେ ସଂଘ ର ଏକ ରାଜସ୍ବ ଗୃହ ନିର୍ମାଣ,ରାଜ୍ୟ ସଂଘ କୁ ନ୍ୟାୟ ସଙ୍ଗତ ଦାବୀ ଗୁଡ଼ିକ ପୂରଣ ରେ ସହଯୋଗ କରିବାକୁ ଜିଲ୍ଲା ସଂଘ କୁ ସହାୟତା କରିବାକୁ ନିଷ୍ପତି ନିଆ ଯାଇଥିଲା। ରାଜ୍ୟ ସରକାରଙ୍କୁ ବିଭିନ୍ନ ଦାବି ଉପସ୍ଥାପନ ଯଥା କ୍ୟାଡ଼ର ପୁନର୍ଗଠନ,ଶିକ୍ଷାଗତ ଯୋଗ୍ୟତା ସ୍ନାତକ କୁ ବୃଦ୍ଧି,ରାଜସ୍ବ ପରିଦର୍ଶକ ଙ୍କ ପଦନାମ ପରିବର୍ତ୍ତନ,ତଥା ପିଅନ ପଦବୀ ଗୁଡ଼ିକ ଯଥାଶୀଘ୍ର ପୂରଣ ନେଇ ଆଲୋଚନା ହୋଇଥିଲା। ୬୮ ଟି ରାଜସ୍ବ ମଣ୍ଡଳ କାର୍ଯ୍ୟାଳୟ ରେ ଲାପ ଟପ୍ ପ୍ରଦାନ ହେତୁ ଜିଲ୍ଲା ପ୍ରଶାସନ କୁ ସଂଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଶେଷରେ ରାଜସ୍ବ ନିରୀକ୍ଷକ ପ୍ୟାହା କୁ ପଦ୍ଦନତି ପାଇଥିବା ତିନି ଜଣଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ସଂଘର ପରାମର୍ଶଦାତା ପି ଉଦୟ କୁମାର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଉମରକୋଟ ଜୋନ ଉପ ସଭାପତି ରେଖା କାଞ୍ଜିଲାଲ,ପରାମର୍ଶଦାତା ଅନିଲ କୁମାର ଦାସ ଡାବୁଗାଁ ତହସିଲ ର ଗଙ୍ଗା ମହାଙ୍କୁଡ ଓ ଚୈତନ୍ୟ ବେହେରା ସହ ଜିଲ୍ଲା ର ୧୦ ଗୋଟି ବ୍ଲକ ର ରାଜସ୍ବ କ୍ଷେତ୍ର ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.