ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା : ରାୟଗଡ଼ା ନଗର ଭାଜପା ସଭାପତି ରାଜେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ନଗର ଭାଜପା ଦଳ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ, (ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ) ଓଡ଼ିଶାଙ୍କୁ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୨୬/୨୦୨୫ ,ତା-:୩/୦୬/୨୦୨୫ କୁ ସଂଲଗ୍ନ କରି ଜିଲ୍ଲାର କ୍ରୀଡ଼ା ବ୍ୟବସ୍ଥା ଆଉ ଭିତ୍ତିଭୂମି କୁ ନେଇ ଏକ ଦାବି ଜଣାଇଛନ୍ତି, ଜିଲ୍ଲାପାଳଙ୍କ ଚିଠି ଦ୍ୱାରା ରାୟଗଡ଼ା ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସର ମରାମତି ଓ ପୁନରୁଦ୍ଧାର ନିମନ୍ତେ ଏକ ପ୍ରସ୍ତାବ ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ( sports and youth service department) ଙ୍କୁ ପ୍ରଦାନ କରାଯାଇଅଛି,ଯାହା ଉକ୍ତ କାର୍ଯ୍ୟ କରିବା ନିମନ୍ତେ ୨,୩୩,୨୦,୩୩୨.୦୦ (ଦୁଇ କୋଟି ତେତିଶ ଲକ୍ଷ କୋଡିଏ ହଜାର ତିନିଶହ ବତିଶି) ଟଙ୍କାର ଆକଳନ କରାଯାଇଅଛି। ପ୍ରସ୍ତାବ କୁ ତୁରନ୍ତ ସ୍ଵୀକୃତି ପ୍ରଦାନ କରାଯାଇ କାର୍ଯ୍ୟ ଆରମ୍ଭ କରିଥିଲେ ଜିଲ୍ଳାର ଅନେକ କ୍ରୀଡ଼ା ପ୍ରେମୀ ଉପକୃତ ହେବେ ବୋଲି ନଗର ସଭାପତି ରାଜେଶ ପାଣିଗ୍ରାହୀ ମନ୍ତ୍ରୀ ଙ୍କୁ ଜଣାଇଥିଲେ ସେହିଭଳି ଦିର୍ଘ ୨୦ ବର୍ଷ ହେବ ଜିଲ୍ଲାରେ ରାୟଗଡ଼ା ଜିଲ୍ଲା କ୍ରୀଡ଼ା ସଂଘ (Rayagada District Atheletic Association) ଏକ ପ୍ରକାର ଅକାମି ସହିତ ସଂଘ ତତ୍ତ୍ଵାବଧାନରେ କୌଣସି ପ୍ରକାରର ଖେଳ ହେଉନଥିବା ତଥା ଯୁବ ପ୍ରତିଭାଙ୍କ ପ୍ରେରଣା ପ୍ରଦାନ କଲା ଭଳି କାର୍ଯ୍ୟ ହେଉନାହିଁ ଏବଂ ଜିଲ୍ଲା ରେ କ୍ରିକେଟ,ବାସ୍କେଟ ବଲ, ହକି ଏବଂ ବ୍ୟାଡ ମିଣ୍ଟନ ଆସୋସିଏସନ ଭଳି ଅନେକ ରହିଛି ,କିନ୍ତୁ ଦୁର୍ଭାଗ୍ୟର ବିଷୟ ନୂତନ ପ୍ରତିଭା ସୃଷ୍ଟି କରାଯିବା ଦିଗରେ କୌଣସି ପ୍ରକାରର ପ୍ରଚେଷ୍ଟା ହେଉ ନାହିଁ ବୋଲି କହିଥିଲେ। ଦୀର୍ଘ ବର୍ଷ ହେବ ଜିଲ୍ଲା କ୍ରୀଡ଼ା ସଂଘ ଏବଂ ଉପରୋକ୍ତ ସମସ୍ତ ସଂଘ ର ହିସାବ ସମୀକ୍ଷା ଅବା ତନଖି କାର୍ଯ୍ୟ ନ ହେବା ଜିଲ୍ଲା କ୍ରୀଡ଼ା ବିଭାଗ ର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ବୋଲି କହିବା ସହ ସମସ୍ତ ସଂଘର ବାଇଲା ଅନୁଯାୟୀ କୌଣସି ଆନୁଷଙ୍ଗିକ ଅବା ପାରିପାର୍ଶିକ କାର୍ଯ୍ୟ ମଧ୍ୟ କୌଣସି ସଂଘ ନ କରିବା ଅଭିଯୋଗ ଆସୁଅଛି ବୋଲି ଜଣାଇଥିଲେ, ସମସ୍ତ ବିଷୟକୁ ଅନୁଧ୍ୟାନ କରି ସମସ୍ତ ସଂଘର ପୁନର୍ଗଠନ କରାଯାଉ ଯାହା ଦ୍ଵାରା ଅନେକ ବିଶୃଙ୍ଖଳାକୁ ବାଦ ଦିଆଯିବା ସହିତ ଜିଲ୍ଲା କ୍ରୀଡ଼ା କ୍ଷେତ୍ର ରେ ଉନ୍ନତି ଆସିପାରିବ ବୋଲି ମନ୍ତ୍ରୀ ଙ୍କୁ ନିବେଦନ କରିଥିଲେ, ସମସ୍ତ ବିଷୟର ତୁରନ୍ତ ସମାଧାନ କରିବାର ପଦକ୍ଷେପ ଗ୍ରହଣ କଲେ ଆମ ଜିଲ୍ଳାର ଅନେକ କ୍ରୀଡ଼ା ପ୍ରେମୀ ସମେତ ଯୁବ ପ୍ରତିଭା ଉପକୃତ ହେବେ ବୋଲି ଜଣାଇଥିଲେ। ସମସ୍ତ କ୍ରୀଡ଼ା ପ୍ରେମୀ ନଗର ଭାଜପାର ଏଭଳି ପଦକ୍ଷେପ କୁ ପ୍ରଂଶସା କରିବା ସହିତ ଯୁବ ପିଢ଼ି କ୍ରୀଡ଼ା କ୍ଷେତ୍ରର ଉନ୍ନତୀ ପାଇଁ ଭାଜପା ଠାରୁ ଅନେକ ଆଶା ରଖିଥିବା କହିଛନ୍ତି। ଦାବି ଜଣାଇବା ବେଳେ ନଗର ଭାଜପାର ରାମକୃଷ୍ଣ ପାଣିଗ୍ରାହୀ, ଅଜୟ ଚୁଲେଟ ସମେତ ଅନ୍ୟ କର୍ମୀ ସାମିଲ୍ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post