ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ବହୁ ପ୍ରତିକ୍ଷୀତ ତଥା ଘୁ.ଉଦୟଗିରି “ପ୍ରେସକ୍ଲବ” ପାଇଁ ଏକ ଐତିହାସିକ ଅଟେ ଆଜିର ଦିନ I ସ୍ଥାନୀୟ ଅଞ୍ଚଳର ସାମ୍ବାଦିକମାନଙ୍କ ପାଇଁ ଏକ ନୂତନ ଅଧ୍ୟାୟ ପ୍ରେସକ୍ଲବ୍ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ I ଏହି କାର୍ଯ୍ୟକ୍ରମରେ ଘୁ.ଉଦୟଗିରି କଂଗ୍ରେସ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରା ଯାଇଛି I ଆଜିର ଏହି ଶୁଭ ଅବସରରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ କହିଥିଲେ ଯେ ସାମ୍ବାଦିକମାନେ ହେଲେ ଲୋକତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ନିସ୍ଵାର୍ଥପର ଭାବେ କାର୍ଯ୍ୟ କରି ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି I ଆଜି ସେମାନଙ୍କ ପାଇଁ ଏକ ନିଜସ୍ୱ ସଂଗଠିତ କାର୍ଯ୍ୟାଳୟ ରହିବା ଦ୍ୱାରା ସଂଗଠନ ଏବଂ ସାମାଜିକ ସେବା କାର୍ଯ୍ୟ ଉଭୟ ସୁଦୃଢ଼ ହେବ I “ପ୍ରେସକ୍ଲବ” କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ପରେ ଯଥା ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ପ୍ରତିଶୃତି ଦେଇଛନ୍ତି I ଆଜି “ପ୍ରେସକ୍ଲବ” ସଭାପତି ରାମକୃଷ୍ଣଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ (ଘୁ.ଉଦୟଗିରି ବିଧାୟକ) ଏବଂ ସମ୍ମାନିତ ଅତିଥି ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନଙ୍କୁ ” ପ୍ରେସ କ୍ଲବ ” ତରଫରୁ ସ୍ବାଗତଂ ସମ୍ବର୍ଦ୍ଧନା ସହ ଉପଢ଼ୌକନ ଦେଇ ସ୍ବାଗତ କରା ଯାଇଥିଲା I ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଧାନଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ଫଳକ ଉନ୍ମୋଚନ କରାଯାଇଥିଲା I ଆଜିର ଏହି ପବିତ୍ର କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ପତିତପାବନ ସାହୁ, ଦେବନାଥ ଦଳବେହେରା, ସମୀର କୁମାର ପାଢ଼ୀ, ବଟ୍ଟ କୃଷ୍ଣ ଦାସ, ଅନିଲ କୁମାର ଦଳବେହେରା, ଅରୁଣ କୁମାର ଷଡଙ୍ଗୀ, ଗଗନ କୁମାର ପ୍ରଧାନ, ସସ୍ମିତା ଜେନା, ପ୍ରସନ୍ନ କୁମାର ମିଶ୍ର, ଚିନ୍ମୟ କୁମାର ସେଠୀ, ଚନ୍ଦ୍ରଶେଖର ପାଢ଼ୀ, ସଞ୍ଜୟ କୁମାର ମହାନ୍ତି, ଏନ୍ ରାଜା ରାଓ, ଦୁର୍ଗା ମାଧବ ପଟ୍ଟନାୟକ, ସାମନ୍ତ ଶେଖର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ I ମାନ୍ୟବର ବିଧାୟକଙ୍କ ପ୍ରତିନିଧି ମଧୁଲିନା ଦିଗାଲଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ବିଗତ ଦିନ ଓ ଆଗାମୀ ଭବିଷ୍ୟତରେ ଏହି “ପ୍ରେସକ୍ଲବ” ଘୁ.ଉଦୟଗିରିରେ ଲୋକଙ୍କ ଉଦେଶ୍ୟରେ ନିରପେକ୍ଷ ଭାବେ କାର୍ଯ୍ୟକ୍ରମ ଜାରୀ ରଖିଛି, ରଖିଥିଲା ଏବଂ ରଖିବ ମଧ୍ୟ ଏଥିରେ ତିଳେ ମଧ୍ୟ ସନ୍ଦେହ ନାହିଁ ବୋଲି ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ଗଣ I ସାମ୍ବାଦିକମାନଙ୍କ ପ୍ରତିଷ୍ଠା,ଏକତା ଓ ପେଶାଗତ ସୁବିଧା ନିମନ୍ତେ ଏକ ନୂଆ ଅଧ୍ୟାୟ ଆଣିବ ବୋଲି ଆଶାବ୍ୟକ୍ତ କରିଛନ୍ତି ସଭ୍ୟ /ସଭ୍ୟା I “ପ୍ରେସ କ୍ଲବ” କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ ନିମନ୍ତେ ଆଜି ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ଶ୍ରେୟ ଏବଂ ଧନ୍ୟବାଦ ଜଣେଇ ଛନ୍ତି “ପ୍ରେସ କ୍ଲବ”ର ସମସ୍ତ ସଦସ୍ୟ/ସଦସ୍ୟା I ଆଜିମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ବାହୁଡା଼ ଦିବସରେ ବହୁ ଦିନର ସ୍ବପ୍ନ ସାକାର ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି I
Sign in
Sign in
Recover your password.
A password will be e-mailed to you.
Next Post