ମଶାବାରୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ

3

 ଓଡ଼ଗାଁ,୪।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ମଶାବାରୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ୭୬ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ଗାଁ ବନପାଳ ସରିତା ବରାଳ, ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶ ଅତିଥି ଭାବେ ଯୋଗଦେଇ ବୃକ୍ଷ ଦେବତାଙ୍କୁ ଜଳଦାନ ପୂର୍ବକ ବୈଠକ ଅନୁଷ୍ଠିତ ହୋଇଥିଲା । ଅତିଥି ମାନେ ବୃକ୍ଷରୋପଣ ସହିତ ତା’ର ଯତ୍ନ ନେବାପାଇଁ ଗୁରୁତ୍ୱ ପ୍ରଦାନ କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ବୃକ୍ଷ ଓ ପରିବେଶ ସମ୍ପର୍କରେ ନିଜର ଭାବନାକୁ ପ୍ରକାକାଶ କରିଥିଲେ । ପରେ ଅତିଥି ମାନଙ୍କ ଗହଣରେ “ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ସଫଳ ରୁପାୟନ ଉଦ୍ଦେଶ୍ୟରେ ବଉଳ, ଅମୃତଭଣ୍ଡା, ସଜନା ଇତ୍ୟାଦି ବୃକ୍ଷରୋପଣ କରାଯାଇଥିଲା। ଏଥିସହିତ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଏକ ଜନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପଥପ୍ରାନ୍ତ ନୃତ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ସମସ୍ତେ ବୃକ୍ଷ ରୋପଣ କରିବା, ଯତ୍ନ ନେବା, ଗ୍ରାମ ଓ ବିଦ୍ୟାଳୟକୁ ପଲିଥିନ ମୁକ୍ତ କରିବା, ନିଶାସେବନ ନକରିବା ଏବଂ ଆବଶ୍ୟକତା ଅନୁସାରେ ମୋବାଇଲ ଠାରୁ ଦୂରତା ରକ୍ଷାକରିବା ପାଇଁ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ବନରକ୍ଷୀ ସୌମ୍ୟରଂଜନ ଦଳେଇ, ଉଦ୍ଧବ ପ୍ରଧାନ, ଅଲିଭା ବରାଳ, ବିନୟ ରଞ୍ଜନ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଈଶ୍ବର ଚନ୍ଦ୍ର ସିଠ, ଶିକ୍ଷାବିତ ବାଇଧର ସ୍ୱାଇଁ, କମିଟି ସଭ୍ୟ ସଭ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

Leave A Reply

Your email address will not be published.