୧୧ଜୁଲାଇ ଭୁବନେଶ୍ୱରର ଚାଲ ଜିଲ୍ଲା କଂଗ୍ରେସ ପକ୍ଷରୁ “ସମ୍ବିଧାନ ବଞ୍ଚାଅ ସମାବେଶ” ପାଇଁ ପ୍ରସ୍ତୁତି ବୈଠକ

3

ଯୋଗଦେବେ ମଲିକାର୍ଜୁନ ଖଡଗେ,ରାହୁଲ ଗାନ୍ଧୀ
——————————————–

ଜଗତସିଂହପୁର,ତା-୦୪.୦୭.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଂଯୋଜକ ନଟବର ବାରିକ ଙ୍କ ସଭାପତିତ୍ବରେ ଆସନ୍ତା ୧୧ ତାରିଖରେ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବାକୁ ଥିବା “ସମ୍ବିଧାନ ବଞ୍ଚାଅ ସମାବେଶ” ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଅଛି।
ପ୍ରାରମ୍ଭରେ ବର୍ଷିୟାନ କଂଗ୍ରେସ ନେତା, ପୂର୍ବତନ ସରପଞ୍ଚ ମୁରଲୀଧର ରଥ ଙ୍କ ବିୟୋଗରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଯୋଗଦେଇ ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ଆଦି ପ୍ରତିବାଦରେ ଆସନ୍ତା ଜୁଲାଇ ମାସ ୧୧ ତାରିଖ ଦିନ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱରର ବରମୁଣ୍ଡା ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ,ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ କେ ସି ବେନୁଗୋପାଳ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଉପସ୍ଥିତ ନେତୃମଣ୍ଡଳୀ ଙ୍କ ସହଯୋଗ କାମନା କରିଥିଲେ।
ଏହି ବୈଠକରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ବାଇଁ, ପାରାଦ୍ଵୀପ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ନିରଞ୍ଜନ ନାୟକ, ଜଗତସିଂହପୁର ନିର୍ବାଚନମଣ୍ଡଳୀର‌ କଂଗ୍ରେସ ନେତ୍ରୀ ପ୍ରତିମା ମଲ୍ଲିକ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ନାଉଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା,ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ଜିଲ୍ଲା ସଭାପତି ବେଦଦ୍ୟୁତି ପୃଷ୍ଟି, ବରିଷ୍ଠ କଂଗ୍ରେସ ନେତା ରୋହିତ କୁମାର ସେଠୀ,ଅଭୟ କୁମାର ମହାନ୍ତି,ମାନସ କୁମାର ରଥ, ବିକ୍ରମ ପରିଡ଼ା,ବିରେନ କୁମାର ଦଳେଇ,ସର୍ବେଶ୍ଵର ପଣ୍ଡା, ମହନୀ ଚରଣ ରାଉତ, କେଦାର ବିଶ୍ବାଳ, ସୌମ୍ୟଜିତ ଦାଶ, ଦିପ୍ତିରାଣୀ ପ୍ରଧାନ, ରୁପଶ୍ରୀ ରାଗିଣୀ ଦାସ,ସମିର ଖୁଣ୍ଟିଆ, ମନୋରଞ୍ଜନ ଜେନା,ୟମତିୟାତ ଅହମ୍ମଦ ଖାଁ, ସୁବ୍ରତ କୁମାର ରାୟ, ମନୋଜ ଦାଶ, କୃଷ୍ଣଚନ୍ଦ୍ର ପ୍ରଧାନ, କିଶୋର ପଟ୍ଟନାୟକ,ପ୍ରିତମ ପରିଜା, ହିଫଜୁଲ୍ ରହେମାନ, ଅବନୀକାନ୍ତ ମହାରଣା, ବିଶ୍ବଜିତ ପୋଥାଳ, ପ୍ରମୋଦ ସାହୁ, ଦିଲ୍ଲିପ କୁମାର ମହାନ୍ତି, ଆର୍ଶୀବାଦ ତ୍ରିପାଠୀ, ସୌମ୍ୟରଞ୍ଜନ ମହାନ୍ତି, ଜ୍ଞାନ ରଞ୍ଜନ ଜେନା, ପ୍ରତାପ କୁମାର ମହାନ୍ତି, ସୌଭାଗ୍ୟ ରଞ୍ଜନ ବିଶ୍ବାଳ, ଦିଲ୍ଲିପ ମହାଳ,ଦିପକ ପାଲ, ସୁକାନ୍ତ କୁମାର ମହାପାତ୍ର, ସୌମ୍ୟ ରଂଜନ ରାଉତ,ମଳୟ କୁମାର ଦାସ,ସାଫି ଆଜମ୍, ସ୍ଵରୁପ କାନୁନଗୋ, ସରୋଜ କୁମାର ପ୍ରଧାନ, ସରୋଜ ମହାପାତ୍ର, ଅମରେନ୍ଦ୍ର ମହାନ୍ତି, ସୌମ୍ୟରଞ୍ଜନ ମହାଳି, ପଙ୍କଜ କୁମାର ପଣ୍ଡା , ଇଶ୍ଵର ସ୍ବାଇଁ, ରାଜେନ୍ଦ୍ର ସ୍ବାଇଁ, ଉମେଶ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନ ବଞ୍ଚାଅ ସମାବେଶ କୁ ସଫଳ କରିବାକୁ ନିଜ ନିଜ ମତାମତ ପ୍ରଦାନ କରିଥିଲେ।

Leave A Reply

Your email address will not be published.