ଓଡିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ-୨୦୨୫ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା:

3

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା ୪.୭.୨୦୨୫:ଓଡିଶା ସାହିତ୍ୟ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନବରଙ୍ଗପୁର ଠାରେ ଅନୁଷ୍ଠିିତ ହୋଇଯାଇଛି l ଏହି ପ୍ରତିଯୋଗିତା ,ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଉପରେ ଆଧାରିତ ହୋଇ ଯଥାକ୍ରମେ ଦୁଇଟି କନିଷ୍ଠ ବର୍ଗ ( ଷଷ୍ଠ ଓ ସପ୍ତମ ଶ୍ରେଣୀ) ଏବଂ ବରିଷ୍ଠ ବର୍ଗ (ଅଷ୍ଟମ ରୁ ଦଶମ ଶ୍ରେଣୀ)ମଧ୍ୟରେ କରାଯାଇଥିଲା l ପ୍ରତିଯୋଗିତା ସମାପନ ପରେ ଏକ ସଭାକାର୍ଯ୍ୟ କରାଯାଇ ଅତିଥି ମାନଙ୍କ ଦ୍ଵାରା ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ରଖି କୃତୀ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଯୋଗଦେଇ ଓଡିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ସାହିତ୍ୟ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ l ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତନ୍ମୟ ବେହେରା ମାତୃଭାଷା ସମୃଦ୍ଧରେ ସାହିତ୍ୟର ଆବଦାନ ଉପରେ ଆଲୋଚନା କରିଥିଲେ l ଅନ୍ୟତମ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପାଣିଗ୍ରାହୀ ଉପସ୍ଥିତ ଥିଲେ l ଏହି ପ୍ରତିଯୋଗିତା ଗୁଡିକର କନିଷ୍ଠ ବର୍ଗରେ ସାଧାରଣ ଜ୍ଞାନରେ ସୁଶ୍ରୀ ରୁବୀ ସମରଥ ,ପ୍ରବନ୍ଧ ରେ ଅର୍ପିତା ସାହୁ ,କବିତା ଆବୃତ୍ତି ରେ ସୁଶ୍ରୀ ଅର୍ଚ୍ଚିତା ସାହୁ , ବକ୍ତୃତା ରେ ସୁଶ୍ରୀ ଏଲିନା ଇସାବେଲ ଖୁରା ଏବଂ ବରିଷ୍ଠ ବର୍ଗରେ ସାଧାରଣ ଜ୍ଞାନ ରେ ତୁଷାର ରଞ୍ଜନ ସାହୁ , ପ୍ରବନ୍ଧ ରେ ପି ଶୁଭଶ୍ରୀ , କବିତା ଆବୃତ୍ତି ରେ ସି ଏସ ତେଜସ୍ରୀ ,ବକ୍ତୃତା ରେ ଜଗନ୍ନାଥ ଗୌଡ଼ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଭୁବନେଶ୍ୱର ଠାରେ ଆସନ୍ତା ୧୩/୭ ଏବଂ ୨୦/୭/୨୦୨୫ ରିଖ ରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ ପରିଚାଳନା କରିବା ସହିତ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ ଏବଂ ଧନ୍ୟବାଦ୍ ଅର୍ପଣ ପରେ କାର୍ଯ୍ୟକ୍ରମକୁ ସମାପନ କରାଯାଇଥିଲା l

Leave A Reply

Your email address will not be published.