ପ୍ରେସକ୍ଲବ ପକ୍ଷରୁ ଗାଙ୍ଗପୁର ଥାନାରେ ନୂତନ ଆଇଆଇସିଙ୍କୁ ସ୍ୱାଗତ, ପୂର୍ବତନ ଆଇଆଇସିଙ୍କୁ ବିଦାୟ ସମ୍ବର୍ଦ୍ଧନା

3

 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ଗାଙ୍ଗପୁର ଥାନା ପରିସରରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ବନବିହାରୀ ପ୍ରଧାନଙ୍କୁ ଆଜି ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ଉପଢ଼ୌକନ ଏବଂ ଜଗନ୍ନାଥଙ୍କ ଫଟୋ ଚିତ୍ର ଦେଇ ସ୍ୱାଗତ କରାଯାଇଥିଲା I ସେହିପରି ଏଠାରେ ପୂର୍ବରୁ କାର୍ଯ୍ୟରତ ଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କୁ ମଧ୍ୟ ଉପଢ଼ୌକନ ଏବଂ ଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା I ଶ୍ରୀ ପ୍ରଧାନ ପୂର୍ବରୁ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ଥାନାରେ ଥାନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଗାଙ୍ଗପୁର ଥାନାକୁ ବଦଳି ହୋଇଛି I ସେହିପରି ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କୁ ତାରସିଂ ଥାନାକୁ ବଦଳି ହୋଇଛି I ଆଜି ସନ୍ଧ୍ୟାରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ,ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ,ସୂର୍ଯ୍ୟନାରାୟଣ ତ୍ରିପାଠି, ବିଭୂପାଦ ଜେନା,ପଞ୍ଚାନନ ସାହୁ,ନବକିଶୋର ମହାରଣା, ପଞ୍ଚାନନ ନାୟକ,ତୋଫାନ କୁମାର ସାହୁ,ସୁଧାଂଶୁ ଶେଖର ବିଷୋୟୀ, ପ୍ରମୁଖ ଥାନା ପରିସରରେ ଉପସ୍ଥିତ ରହି ନୂତନ ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ କରିବା ସହିତ ପୂର୍ବତନ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ I ଶ୍ରୀ ପ୍ରଧାନ ଗାଙ୍ଗପୁର ଥାନା ଦାୟିତ୍ୱ ଗ୍ରହଣ କରିବା ପରେ ଅଞ୍ଚଳର ଆଇନ୍ ଶୃଙ୍ଖଳା ପରିସ୍ଥିତି ସହିତ ମଦ୍ୟପ ଗାଡ଼ି ଚାଳକ, ଟ୍ରିପଲ୍ ରାଇଡିଂ,ଜୁଆ ଆଡ୍ଡା, ବେଆଇନ୍ ମାଦକ ଦ୍ରବ୍ୟ କାରବାର,ରୋଡ଼୍ ରୋମିଓ ଏବଂ ଅସାମାଜିକ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ପ୍ରକାଶ କରିବା ସହିତ ବରିଷ୍ଠ ନାଗରିକ, ମହିଳାଙ୍କ ସୁରକ୍ଷା ପ୍ରତି ଅଧିକ ସଜାଗ ରହିବେ ବୋଲି ପ୍ରକାଶ କରିଛନ୍ତି I କୌଣସି ପରିସ୍ଥିତିରେ ଜନ ସାଧାରଣ ଆଇନକୁ ହାତକୁ ନନେଇ ପୋଲିସ ର ସହାୟତା ନେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି I

Leave A Reply

Your email address will not be published.