ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କାଇସକନ୍ଦା ରେ ବନମହୋତ୍ସବ ପାଳିତ ହୋଇଥିଲା ।ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଚୁମକି ବିଶି ଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ପୁରୋହିତ ମୁଖ୍ୟ ଅତିଥି ଓ ୱାର୍ଡ ସଭ୍ୟ ମୋହନ ପଧାନ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ପ୍ରକୃତି ସଂରକ୍ଷଣ, ପରିବେଶ ସଚେତନତା ଓ ଜଳବାୟୁ ପରିବର୍ତ୍ତନ ରେ ଉଲ୍ଲେଖନିୟ କାର୍ଯ୍ୟ କରି ଏହି ବିଦ୍ୟାଳୟ ପ୍ରକୃତିମିତ୍ର ପୁରସ୍କାର ପାଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଙ୍କୁ ଅଭିନନ୍ଦନ ଜଣାଇଥିଲେ।ଶିଶୁ ମାନେ ଆଗାମୀ ଭବିଷ୍ୟତ ର ବଂଶଧର। ସେମାନେ ପରିବେଶ ପ୍ରତି ସଚେତନ ହୋଇ ବୃକ୍ଷ ରୋପଣ କଲେ ଅବନିରାଣୀ ସବୁଜିମା ଭରା ହେବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ।ବୃକ୍ଷ ଆମର ଉପକାରୀ ବନ୍ଧୁ।ସାମୁହିକ ବୃକ୍ଷ ରୋପଣ ଦ୍ବାରା ପ୍ରକୃତି କୁ ସନ୍ତୁଳିତ କରାଯାଇ ପାରିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ମତବ୍ୟକ୍ତ କରିଥିଲେ।ତାଙ୍କର ରଚିତ ଓ ନିର୍ଦେଶୀତ କ୍ଷୁଦ୍ର ଗୀତିନାଟ୍ୟ ଗଛ ମୋର ସାଙ୍ଗ ରେ ପ୍ରଥମ ଦ୍ଵିତୀୟ ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ନିଖୁଣ ଅଭିନୟ କରିଥିଲେ।ମୁଖ୍ୟ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ/ସଭ୍ୟା, ଗ୍ରାମବାସୀ ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କରିଥିଲେ।ଶେଷରେ ସହକାରୀ ଶିକ୍ଷକ ଗୋକୁଳାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.